“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌”

ନୂଆଦିଲ୍ଲୀ: କଂଗ୍ରେସକୁ ଟାର୍ଗେଟ୍‌ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌’ କହିଛନ୍ତି। ସ୍ମୃତି ଇରାନୀ ମିଡିଆ ରିପୋର୍ଟର ଉଦାହରଣ ଦେଇ କହିଥିଲେ ରାହୁଲ ଗାନ୍ଧି ଏବଂ ଏଚ୍‌ଏଲ୍‌ ପହୱାନ୍‌ଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ସାର୍ବଜନୀନ ହୋଇସାରିଛି।

ଏହି ରିପୋର୍ଟ ଆଧାରରେ ସ୍ମୃତି କହିଛନ୍ତି, ଏହା ହିଁ ପ୍ରମାଣ କରିଦେଉଛି ଏହି ଦୁଇ ପରିବାର, ପାରିବାରିକ ଦୁର୍ନୀତିର ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଜବତ ଦସ୍ତାବିଜ୍‌ରୁ ଜଣାପଡ଼ିଛି ରବର୍ଟ ଭଦ୍ରା ଜମି ଦୁର୍ନୀତିର କେବଳ ଏକ ଅଂଶ ଥିଲେ।

ନୂତନ ତଥ୍ୟରୁ ଜଣାପଡ଼ିଛି, କେବଳ ଭଦ୍ରା ନୁହେଁ ରାହୁଲଙ୍କର ମଧ୍ୟ ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ପର୍କ ରହିଛି।

କଂଗ୍ରେସ ଗତ ୭୦ ବର୍ଷରେ କେବଳ ଦୁର୍ନୀତି ଦେଇଛି କହିବା ସହିତ ସେ କହିଛନ୍ତି, ରହୁଲ ଗାନ୍ଧି ଦୁର୍ନୀତିର ପ୍ରକୃତ ମୁହଁ। ସେ ଏବାବଦରେ ଉତ୍ତର ରଖିବା ସହିତ ସଞ୍ଜୟ ଭଣ୍ଡାରୀଙ୍କ ସହିତ ତାଙ୍କର ସମ୍ପର୍କ ବାବଦରେ ମୁହଁ ଖୋଲିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଗାନ୍ଧି ଏବଂ ଭଦ୍ରା ପରିବାର ଏ ଦେଶ ସହିତ ଧୋକାବାଜି କରିଛନ୍ତି।



from Odisha Reporter https://ift.tt/2u48nA7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages