
ନୂଆଦିଲ୍ଲୀ: ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଋଣଗ୍ରସ୍ତ ବିମାନ କମ୍ପାନୀ ଜେଟ୍ ଏୟାରୱେଜ୍କୁ ନେଇ ଜରୁରୀକାଳୀନ ବୈଠକ ଡାକିବା ପାଇଁ ତାଙ୍କ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଟ୍ ଏୟାରୱେଜ୍ ଏହାର ଅଧିକାଂଶ ବିମାନର ଉଡ଼ାଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପରେ ଏହି ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ଘରୋଇ କମ୍ପାନୀର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ହଠାତ୍ ବହୁ ସଂଖ୍ୟାରେ ଜେଟ୍ ଏୟାରୱେଜ୍ ବିମାନ ଚଳାଚଳ ବନ୍ଦ କରିଦିଆ ଯିବାରୁ ମନ୍ତ୍ରୀ ସୁରେଶ ପ୍ରଭୁ ମନ୍ତ୍ରଣାଳୟର ସଚିବଙ୍କୁ ଏକ ଜରୁରୀ ବୈଠକ ଡାକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସେ ଟ୍ୱିଟ୍ କରି ଜଣାଇଛନ୍ତି, ଜେଟ ଏୟାରୱେଜର ଆଡ୍ଭାନ୍ସ ବୁକିଂ, କ୍ୟାନ୍ସଲେସନ୍, ରିଫଣ୍ଡ ଏବଂ ନିରାପତ୍ତା ଆଦି ସବୁ ସମସ୍ୟା ନେଇ ଡିଜିସିଏରୁ ରିପୋର୍ଟ ସଂଗ୍ରହ କରିବା ପାଇଁ ବେସାମରିକ ବିମାନ ସେବା ମନ୍ତ୍ରଣଳୟର ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏହି ବିମାନ କମ୍ପାନୀର ଇଞ୍ଜିନିୟର ସଂଘ ପକ୍ଷରୁ ବିମାନ ନିୟନ୍ତ୍ରକ ଡିଜିସିଏକୁ ସେମାନଙ୍କ ବକେୟା ଦରମା ଦେବା ନିମନ୍ତେ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ସେମାନେ କହିଥିଲେ ଏଭଳି ଅବସ୍ଥା ଲାଗିରହି ଥିବାରୁ ସେମାନଙ୍କ ମାନସିକ ସ୍ଥିତି ବିଗୁଡ଼ିଛି ଏବଂ ଏହା ବିମାନ ଚଳାଚଳ ପାଇଁ ବିପଜ୍ଜନକ।
from Odisha Reporter https://ift.tt/2OfLQcF
No comments:
Post a Comment