ଏହି କ୍ରିକେଟର ଜଣକ କହିଲେ, ‘ମୁଁ ବି ଦିନେ ବିରାଟଙ୍କ ସ୍ତରରେ ପହଞ୍ଚିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଏହି କ୍ରିକେଟର ଜଣକ କହିଲେ, ‘ମୁଁ ବି ଦିନେ ବିରାଟଙ୍କ ସ୍ତରରେ ପହଞ୍ଚିବି’

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। କୋହଲି ବର୍ତ୍ତମାନ ପ୍ରତି ମ୍ୟାଚରେ ଶତକ ମାରିବାକୁ ପ୍ରୟାସ କରୁଛନ୍ତି। ସେ ଲଗାତାର ଶତକ ମଧ୍ୟ ମାରି ଚାଲିଛନ୍ତି। ବିଶ୍ୱର ପ୍ରାୟ ପ୍ରତି ଖେଳାଳି ତାଙ୍କ ଭଳି ବ୍ୟାଟିଂ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି। ଏମିତି ଜଣେ ବ୍ୟାଟ୍ସମ୍ୟାନ ଅଛନ୍ତି, ଯିଏ କୋହଲିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ସେ ହେଉଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର। ବଟଲର କହିଛନ୍ତି, ବିରାଟ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ମୁଁ ବି ଦିନେ ବିରାଟଙ୍କ ସ୍ତରରେ ପହଞ୍ଚିବି।

ବଟଲର ଆହୁରି କହିଛନ୍ତି, ବିରାଟଙ୍କ ବ୍ୟାଟିଂ ଅଦ୍ଭୁତ ଏବଂ ମୁଁ ତାଙ୍କ ସ୍ତରର ବ୍ୟାଟିଂ କରିବାକୁ ଚାହେଁ। ମୋତେ ମୋ ଦକ୍ଷତା ଉପରେ ବିଶ୍ୱାସ ଅଛି ଏବଂ ଦିନେ ମୁଁ ନିଶ୍ଚିତ ତାଙ୍କ ସ୍ତରରେ ପହଞ୍ଚିବି। ବିରାଟଙ୍କ ଭଳି ମୁଁ ମଧ୍ୟ ମୋର ମାଇଣ୍ଡ ସେଟ୍ କରିବାକୁ ଚାହେଁ। ବିରାଟ କେବେବି ରନ୍ ପାଇଁ ସନ୍ତୁଷ୍ଟ ହୁଅନ୍ତି ନାହିଁ, ଯେଉଁ କାରଣରୁ ସେ ଏତେ ରନ୍ କରିପାରୁଛନ୍ତି। ସୂଚନାଯୋଗ୍ୟ, ବିରାଟଙ୍କ ନାମରେ ଦିନିକିଆରେ ୪୧ ଏବଂ ଟେଷ୍ଟରେ ୨୫ ଶତକ ରହିଛି। ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୬୬ ଶତକ ମାରିଛନ୍ତି। ସେ କେବଳ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ଅଛନ୍ତି, ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ମାରିଛନ୍ତି।



from Odisha Reporter https://ift.tt/2FmuGY5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages