ଅଟ୍ଟାରିରେ ଆଜି ହେବନି ଧ୍ୱଜାବତରଣ କାର୍ଯ୍ୟକ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଅଟ୍ଟାରିରେ ଆଜି ହେବନି ଧ୍ୱଜାବତରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ୱାଘା-ଅଟ୍ଟାରି ସୀମାରେ ଆଜି ଧ୍ୱଜାବତରଣ ହେବନାହିଁ। ଏହି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ସେନା ପ୍ରତିଦିନ ସନ୍ଧ୍ୟାରେ ଧ୍ୱଜା ଅବତରଣ କରିଥାଆନ୍ତି। ଏହି ସମୟରେ ବେଶ କିଛି ସମୟ ଧରି ଉଭୟ ପକ୍ଷର ପ୍ୟାରେଡ୍‌ ହୋଇଥାଏ। ଏହି ଧ୍ୱଜାବତରଣ କାର୍ଯ୍ୟକ୍ରମକୁ ଦେଖିବାକୁ ବହୁ ଲୋକ ଉଭୟ ସୀମାରେ ହାଜର ହୁଅନ୍ତି। କିନ୍ତୁ ଆଜି ଏହାକୁ ବାତିଲ କରି ଦିଆଯାଇଛି। ଆଜି ସନ୍ଧ୍ୟା ୪ଟାରୁ ୫ଟା ମଧ୍ୟରେ ପାକିସ୍ତାନ ସେନା ଗିରଫ କରିଥିବା ଭାରତୀୟ ପାଇଲଟ୍‌ ଅଭିନନ୍ଦନ ସେହିବାଟ ଦେଇ ଭାରତ ଆସିବେ। ତେଣୁ ଏହି କାରଣ ପାଇଁ ଆଜି ଧ୍ୱଜାବତରଣ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ବୁଧବାର ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢ଼େଇ କରିବା ବେଳେ ଦୁର୍ଭାଗ୍ୟବଶତଃ ପାଇଲଟ୍‌ ଅଭିନନ୍ଦନ ପିଓକେକୁ ଚାଲି ଯାଇଥିଲେ। ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ତେବେ ଭାରତର ଚାପରେ ଚେପା ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଛି। ପାଇଲଟ ଅଭିନନ୍ଦନଙ୍କ ଭଳି ଜଣେ ବୀରଙ୍କୁ ସ୍ୱାଗତ କରିବା ପାଇଁ ଶହଶହ ଲୋକ ସକାଳୁ ୱାଘା-ଅଟ୍ଟାରି ବର୍ଡରରେ ଏକାଠି ହୋଇଛନ୍ତି। ସେହିପରି ବାୟୁସେନାର ଅଧିକାରୀ ଏବଂ ଅଭିନନ୍ଦନଙ୍କ ବାପା ମା’ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।



from Odisha Reporter https://ift.tt/2EmqCFF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages