
ମୁମ୍ୱାଇ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକ୍ ଅଧିକୃତ କଶ୍ମୀର(POK) ଉପରେ ଭାରତୀୟ ବାୟୁ ସେନା ସହାୟତାରେ ଆକ୍ରମଣ କରିଥିଲା। ଯାହାକୁ ନେଇ ୨ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଓ ବାକ୍ ଯୁଦ୍ଧ ଚାଲିରହିଛି। ଏହି ସମୟରେ ବଲିଉଡ୍ କଳାକାରମାନେ ମଧ୍ୟ ପାକିସ୍ତାନ ଉପରେ ଗାଳି ବର୍ଷା କରୁଛନ୍ତି। କିଛି ସେଲିବ୍ରେଟି ପାକିସ୍ତାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ କିଛି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନିବେଦନ କରୁଛନ୍ତି।
ତେବେ ଏହି ସମୟରେ ବଲିଉଡ୍ର ବିବାଦୀୟ ଅଭିନେତ୍ରୀ ରାଣୀ ରାକ୍ଷୀ ସାୱନ୍ତ ମଧ୍ୟ ଚୁପ୍ ରହିପାରି ନାହାନ୍ତି । ଭାରତ-ପାକିସ୍ତାନକୁ ନେଇ ସେ ତାଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଲୁଧିଆନାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାକ୍ଷୀ କହିଛନ୍ତି…
ଦରକାର ପଡ଼ିଲେ ସେ ଦେଶ ପାଇଁ ଜୀବନ ଦେଇପାରିବେ। ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପ୍ ଉପରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ଏୟାର୍ ଷ୍ଟ୍ରାଇକ୍କୁ ମୁଁ ପ୍ରଶଂସା କରୁଛି। ମୋର ଇଚ୍ଛା ଯେ, ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଶତାଧିକ ବମ୍ ପକାଇବି ଏବଂ ସବୁକିଛି ନଷ୍ଟ କରିଦେବି ।
ପାଇଲଟ୍ ଅଭିନନ୍ଦନ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିବା ଲାଗି ସେ ଶୁଭକାମନା ଜଣାଇଛନ୍ତି ବୋଲି ମଧ୍ୟ କହିଛନ୍ତି।
ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାଇଲଟ୍ ଅଭିନନ୍ଦନଙ୍କୁ ଦେଶକୁ ଫେରାଇ ଦେବା ପାଇଁ କହିବା ପରେ ରାକ୍ଷୀ ସାୱନ୍ତ ସୋଶାଲ ମିଡିଆରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେବଳ ରାକ୍ଷୀ ନୁହେଁ, ଲୁଧିଆନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରେସଲର୍ ଖଲ୍ଲୀ କହିଛନ୍ତି, “ଆମର ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ଯାହା ନିଷ୍ପତି ନେବେ ଆମେ ତାଙ୍କ ସହିତ ରହିବୁ। ସେ ଠିକ୍ କରୁଛନ୍ତି। ସବୁଠାରୁ ଆଗରେ ଦେଶ। ଆମେ ସୈନିକଙ୍କ ସହିତ ରହିଛୁ।”
ପାଇଲଟ୍ ଅଭିନନ୍ଦନ ଆଜି ସ୍ୱଦେଶ ଫେରିବେ। ଗତକାଲି ଇମ୍ରାନ୍ ଖାନ୍ ଏହାର ଘୋଷଣା କରିଥିଲେ। ଅଭିନନ୍ଦନ କିପରି ସୁରକ୍ଷିତ ଭାବେ ଦେଶକୁ ଫେରି ଆସିବେ ତାହାକୁ ସେଲିବ୍ରିଟିମାନେ ସ୍ୱାଗତ କରିଛନ୍ତି।
from Odisha Reporter https://ift.tt/2T51c9P
No comments:
Post a Comment