
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଇଭିଏମରେ ଲୋକେ ଦେଖିବାକୁ ପାଇବେ ୧୯୯ଟି ଚିହ୍ନ ବା ସିମ୍ବଲ। ଏଥର ନୂଆ ୩୭ଟି ଚିହ୍ନକୁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ। ଏହି ଚିହ୍ନ ସ୍ବାଧୀନ ପ୍ରାର୍ଥୀଙ୍କୁ ଦିଆଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଏହି ନୂଆ ନିର୍ବାଚନ ସିମ୍ବଲ ମଧ୍ୟରେ ରୋବଟ, ସିସିଟିଭି କ୍ୟାମେରା, ଫୁଟବଲ, କମ୍ପ୍ୟୁଟରର ମାଉସ୍, ପଣସ ଆଦିର ଚିତ୍ର ସ୍ଥାନ ପାଇଥିବା ସୂଚନା ମିଳିଛି।
ଦିଲ୍ଲୀରେ ବର୍ତ୍ତମାନ ୭ ରାଷ୍ଟ୍ରୀୟ ଦଳ, ଆମ ଆଦମି ପାର୍ଟିକୁ ମିଶାଇ ୨୨୦ଟି ରାଜନୈତିକ ଦଳ ପଞ୍ଜିକୃତ ହୋଇଛନ୍ତି। ରାଜ୍ୟ ଓ ରାଷ୍ଟ୍ରୀୟ ଦଳ ସଂଖ୍ୟା ବଢ଼ିଲେ ନିର୍ବାଚନ କମିଶନ ଫ୍ରି ଚିହ୍ନ ସଂଖ୍ୟା ବଢ଼ାଇଥାନ୍ତି।
ତେବେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଚାହିଁବେ ତ ନିଜ ଚିହ୍ନ ପାଇଁ ପ୍ରସ୍ତାବ ଦେଇପାରିବେ ହେଲେ ଗୋଟିଏ ଆସନରୁ ଗୋଟିଏ ଚିହ୍ନ ପାଇଁ ଯଦି ଦୁଇ ଜଣ ଦାବିଦାର ହୁଅନ୍ତି ତା’ହେଲେ ଲଟେରୀ ମାଧ୍ୟମରେ ଚିହ୍ନ ବଣ୍ଟାଯାଏ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।
from Odisha Reporter https://ift.tt/2CzTzO6
No comments:
Post a Comment