
ନୂଆଦିଲ୍ଲୀ: ଟମ୍ ଇଣ୍ଡିଆର ଯୁବ ତାରକା ରିଷଭ ପନ୍ତ ଦଳର ନିୟମିତ ଅଧିନାୟକ ବିରାଟ୍ କୋହଲିଙ୍କୁ ଭୟ କରନ୍ତି ବୋଲି ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି।
ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ପନ୍ତ କହିଛନ୍ତି, “ବିରାଟ୍ ଭାଇ ପଡ଼ିଆରେ ବେଶ ଆଗ୍ରେସିଭ୍ ରୁହନ୍ତି। ମୁଁ କାହାକୁ ଭୟ କରେନାହିଁ। କିନ୍ତୁ ବିରାଟ୍ ଭାଇଙ୍କ ରାଗକୁ ଦେଖିଲେ ମୋତେ ଡର ଲାଗେ।
କିନ୍ତୁ ଯଦି ତୁମେ ପଡ଼ିଆରେ ସବୁ କିଛି ଠିକ୍ ଠାକ କରିବ, ତା’ହେଲେ ବିରାଟ୍ ଭାଇ କାହିଁକି ରାଗିବେ? ତେବେ ଯଦି ତୁମେ ଭୁଲ କଲ ଏବଂ ସେଥିପାଇଁ ଜଣେ ତୁମ ଉପରେ ରାଗିଲା, ତା’ହେଲେ ତାକୁ ସକାରାତ୍ମକ ଦୃଷ୍ଟିରେ ନେବା ଦରକାର। କାରଣ ଭୁଲରୁ ଜଣେ ଶିକ୍ଷା ପାଇଥାଏ।”
ନିକଟରେ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଦିନିକିଆ ଖେଳିଥିଲେ। ତେବେ ସେ ୱିକେଟ୍ କିପିଂରେ ସମସ୍ତଙ୍କୁ ନିରାଶ କରିଥିଲେ। ଏଥିପାଇଁ ପଡ଼ିଆ ମଝିରେ ବିରାଟ୍ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
from Odisha Reporter https://ift.tt/2USsWez
No comments:
Post a Comment