ଖାସ୍‌ ବନ୍ଧୁଙ୍କ ସହ ଆମୀରଙ୍କ ଝିଅଙ୍କ ଫଟୋ ଭାଇରାଲ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଖାସ୍‌ ବନ୍ଧୁଙ୍କ ସହ ଆମୀରଙ୍କ ଝିଅଙ୍କ ଫଟୋ ଭାଇରାଲ…

ମୁମ୍ୱାଇ: ବଲିଉଡ଼ର ଅନ୍ୟ ଷ୍ଟାର କିଡ଼୍‌ଙ୍କ ପରି ମିଷ୍ଟର ପରଫେକ୍ଟସନିଷ୍ଟ ଆମୀର ଖାନଙ୍କ ପିଲାମାନେ ଲାଇମ୍‌ ଲାଇଟ୍‌ରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ଏବେ  ଆମୀରଙ୍କ ଝିଅ ଇରା ଖାନ ନିଜର କିଛି ଫଟୋକୁ ନେଇ ସୋଶାଲ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର କାରଣ ହେଉଛନ୍ତି ଇରାଙ୍କ ଜଣେ ଖାସ୍‌ ବନ୍ଧୁ ଓ ତାଙ୍କ ସହ  ଉଠାଇଥିବା କିଛି ଫଟୋ। ଏହାକୁ ଇରା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ହେଲେ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ବନ୍ଧୁ ନା ବୟଫ୍ରେଣ୍ଡ ସେ ନେଇ ସସ୍‌ପେନ୍ସ ଲାଗି ରହିଛି।  କିନ୍ତୁ ଫଟୋରେ ଉଭୟ ବହୁତ ନିକଟତର ଥିବା  ଜଣାପଡୁଛି।

ଇରାଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ମିଶାଲ କୃପଲାନି।  ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ମଧ୍ୟ ବହୁଥର  ମିଶାଲ୍‌ଙ୍କ ସହ ଇରା ନିଜ ଫଟୋ ଶେଆର କରିଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ବଣ୍ଡିଂ ସବୁବେଳେ  ବି ଟାଉନର ଗସିପ୍‌କୁ ଖୋରାକ ଯୋଗାଉଛି।

ମିଶାଲ୍‌ଙ୍କ ସମ୍ପର୍କରେ ବେଶି କିଛି ତଥ୍ୟ ମିଳି ନ ଥିଲେ ବି ସେ ଜଣେ ମ୍ୟୁଜିକ୍‌ କମ୍ପୋଜର ଅଟନ୍ତି ବୋଲି ଜଣାଯାଇଛି। ତାଙ୍କର ବହୁ ଭିଡ଼ିଓ ୟୁଟ୍ୟୁବରେ ରିଲିଜ୍‌ ମଧ୍ୟ ହୋଇ ସାରିଛି। କରନଙ୍କ ‘କଫି ୱିଥ୍‌ କରନ’ ଶୋ’କୁ  ଆସିଥିବା ବେଳେ ଆମୀର ନିଜ ଝିଅର ଭବିଷ୍ୟତ ପ୍ଲାନିଂ, କ୍ୟାରିଅର ବିଷୟରେ   କଥା ହୋଇଥିଲେ। ଇରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଇଚ୍ଛୁକ । ଇରା ନିଜ ଅଭିନୟକୁ ପସନ୍ଦ ନ କରି ଫିଲ୍ମ ଡାଇରେକ୍ଟ କରିବାକୁ ଅଧିକ ଇଚ୍ଛୁକ ଥିବା ଆମୀର କହିଥିଲେ।



from Odisha Reporter https://ift.tt/2HZqGyI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages