‘ଏଗ୍ସ କେଜିରିୱାଲ୍‌’ ଭିଡ଼ିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

‘ଏଗ୍ସ କେଜିରିୱାଲ୍‌’ ଭିଡ଼ିଓ ଭାଇରାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଲୋକପ୍ରିୟ  ସେଫ୍‌ ସଞ୍ଜୀବ କପୁର ଏମିତି ଏକ ରେସିପି ସେୟାର କରିଛନ୍ତି, ଯାହାକି ଏବେ  ସୋଶାଲ  ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଏହି ଡିସ୍‌ର ନାମ ହିଁ ଏହାକୁ ଅଧିକ ଲୋକପ୍ରିୟ କରାଇଛି। ଏହାର ନାମ ହେଉଛି ‘ଏଗ୍ସ କେଜିରିୱାଲ୍‌’।

ଲୋକେ ମଧ୍ୟ ଏହା ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟ୍ରଲ୍‌ କରିବାରେ ଲାଗି ପଡିଛନ୍ତି। ଜଣେ ବ୍ୟକ୍ତି ଟ୍ୱିଟ କରି ପଚାରିଛନ୍ତି, ଏହାକୁ ଖାଇବା ଦ୍ୱାରା ଥଣ୍ଡା କିମ୍ବା କାଶ ହେବ ନାହିଁ ତ ? ଏହାକୁ ଧାରଣା, ଅନଶନ ତଥା ମୋର୍ଚ୍ଚାରେ ବାହାରିବା ପୂର୍ବରୁ ଖାଇବା ଲାଗି ପ୍ରସ୍ତୁତ କରାଯାଇଛି ବୋଧେ।

ସଞ୍ଜୀବ ମୁଖ୍ୟତଃ ସହଜରେ ଓ ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ ହେଉଥିବା ରେସିପି  ସେୟାର କରିଥାନ୍ତି। ସଞ୍ଜୀବଙ୍କ ଭିଡ଼ିଓରେ ବିଭିନ୍ନ ରେସିପିର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଉଲ୍ଲେଖ ରହିଥାଏ। ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ‘ଏଗ୍ସ କେଜିରିୱାଲ୍‌’ ନାମରେ ପୋଷ୍ଟ ହୋଇଥିବା ଭିଡ଼ିଓ ଖୁବ୍‌ ଶୀଘ୍ର ଭାଇରାଲ ହୋଇଯାଇଛି। ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଖୁବ୍‌ ସହଜ।

ରୋଷ୍ଟେଡ ବ୍ରେଡ ଉପରେ ଛୋଟ ଛୋଟ କଟା ହୋଇଥିବା ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର ଓ ଚିଜ୍‌ର ସ୍ଲାଇସ୍‌ ରଖି ଦେବେ। ଏହାପରେ ପୋଚ୍‌ ଅଣ୍ଡାକୁ ତାହା ଉପରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଏଗ୍ସ କେଜିରୱାଲ’।

୬୦ ଦଶକରେ ଏହି ଡିସ୍‌ର ନାମ ଦେଶର ଜଣେ ପ୍ରମୁଖ ଶିଳ୍ପପତି ଦେବୀ ପ୍ରସାଦ କେଜିରିୱାଲ୍‌ଙ୍କ ଅନୁଯାୟୀ ନାମିତ କରାଯାଇଥିଲା।  କିନ୍ତୁ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେଫ୍‌ ସଞ୍ଜୀବ ପୁଣିଥରେ କିଛି ଟୁଇଷ୍ଟ ଦେଇ ନୂଆ ରୂପରେ ଏହି ଭିଡ଼ିଓ ପୋଷ୍ଟ କରିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/2u4o3mP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages