ଶେଷ ବଲରେ ଛକା ମାରିଲେ ବୁମ୍ରା, ଖୁସି ହେଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଶେଷ ବଲରେ ଛକା ମାରିଲେ ବୁମ୍ରା, ଖୁସି ହେଲେ ବିରାଟ

ମୋହାଲି: ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ପେସ୍ ବୋଲର ଜସପ୍ରୀତ ବୁମ୍ରା ଇନିଂସର ଶେଷ ବଲରେ ଦର୍ଶନୀୟ ଛକା ମାରିଥିଲେ ଏବଂ ଏହି ଦେଖି ଭାରତୀୟ ଖେଳାଳିମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ବିଶେଷକରି ବିରାଟ କୋହଲିଙ୍କ ପ୍ରତିକ୍ରିୟା ଦେଖିଲା ଭଳି ଥିଲା।

ମ୍ୟାଚରେ ୫ ୱିକେଟ୍ ନେଇଥିବା ଅଷ୍ଟ୍ରେଲିଆ ପେସ୍ ବୋଲର କମିନ୍ସଙ୍କୁ ବୁମ୍ରା ଲଙ୍ଗ ଅନରେ ଏହି ଛକା ମାରିଥିଲେ। ବୁମ୍ରା ଗୋଟିଏ ବଲର ସାମ୍ନା କରି ୬ ରନରେ ଅପରାଜିତ ଥିଲେ। ଭାରତ ଇନିଂସର ପଞ୍ଚମ ବଲରେ ୟୁଜବେନ୍ଦ୍ର ଚହଲଙ୍କ ୱିକେଟ୍ ପତନ ପରେ ବୁମ୍ରା ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ। କେହିବି ଭାବିନଥିଲେ ଯେ, କମିନ୍ସ ନିଜ ଶେଷ ବଲରେ ଛକା ଖାଇବେ। ଏପରିକି ବୁମ୍ରାଙ୍କୁ ମଧ୍ୟ ନିଜେ ଛକା ମାରିବା ପରେ ବିଶ୍ୱାସ କରିପାରି ନଥିଲେ।

ଏହି ଦୃଶ୍ୟର ଭିଡିଓ ବିସିସିଆଇ ତା’ର ଅଫିସିଆଲ୍ ସୋଶାଲ ମିଡିଆ ପେଜରେ ସେୟାର କରିଛି। ଭିଡିଓରେ ବିରାଟଙ୍କ ସମେତ ଭାରତୀୟ ଖେଳାଳି ବୁମ୍ରାଙ୍କ ଦର୍ଶନୀୟ ଛକା ପାଇଁ ତାଳି ମାରୁଥିବାରୁ ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2XM2ZPG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages