ଓଡ଼ିଶାରେ ନିର୍ବାଚନ: କେଉଁ ପର୍ଯ୍ୟାୟରେ କେତୋଟି ଆସନ ପାଇଁ ହେବ ଭୋଟଗ୍ରହଣ, ପଢନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଓଡ଼ିଶାରେ ନିର୍ବାଚନ: କେଉଁ ପର୍ଯ୍ୟାୟରେ କେତୋଟି ଆସନ ପାଇଁ ହେବ ଭୋଟଗ୍ରହଣ, ପଢନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଜିଲା ନିର୍ବାଚନୀ ବିଗୁଲ୍ । ୧୯ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ। ପ୍ରତୀକ୍ଷାର ଅନ୍ତ ଘଟାଇ ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ତାରିଖ। ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳପ୍ରଦେଶରେ ବିଧାନସଭା ଲାଗି ମଧ୍ୟ ମତଦାନ ହେବ। ଆଜିଠୁ  ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି।  ନିର୍ବାଚନ ପ୍ରକ୍ରିୟା ଏପ୍ରିଲ୍ ୧୧ରୁ ଆରମ୍ଭ ହୋଇ ମେ ୧୯ରରେ ଶେଷ ହେବ। ମୋଟ୍ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ମେ ୨୩ରେ ଭୋଟ ଗଣତି କରାଯିବ।

ଓଡ଼ିଶାରେ ମୋଟ୍ ୪ଟି ପର୍ଯ୍ୟାୟରେ ମତଦାନ ହେବ। ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ୪ଟି,  ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟରେ୫ଟି, ଏପ୍ରିଲ ୨୩ ୩ୟ ଓ ୨୯ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲେଖାଏଁ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ।

ଲୋକସବା ସହ ଓଡ଼ିଶା,  ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜାମ୍ମୁ ଓ କାଶ୍ମୀର ବିଧାନସଭା ଭଙ୍ଗ ହୋଇଥିଲେ ବି ଏବେ ସେଠାରେ ନିର୍ବାଚନ କରାଯିବ ନାହିଁ। ଏଥର ସମସ୍ତ ୧୦ଲକ୍ଷ ବୁଥ୍‌ରେ ଭିଭିପାଟ୍ ଥିବା ଇଭିଏମ୍‌ରେ ଭୋଟ ଗ୍ରହଣ କରାଯିବ। ସନ୍ଦେହ ଦୂର ଲାଗି  ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାଁ ସହିତ  ଫଟୋ ରହିବ ।

ଅପରାଧ ପୃଷ୍ଠଭୂମି ଥିବା ନେତାମାନେ ନିଜ ସମ୍ପର୍କରେ ପ୍ରଚାର ସମୟରେ ୩ ଥର ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଅବଗତ କରିବେ। ସେହିପରି ଅନ୍ୟ ପ୍ରାର୍ଥୀମାନେ ସୋଶାଲ ମିଡିଆ ଆକାଉଣ୍ଟରେ ନିଜ ସମ୍ପର୍କିତ ସମସ୍ତ ତଥ୍ୟ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି।

ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପ୍ରଚାର  ଲାଗି ଲାଉଡ୍ ସ୍ପିକର ବ୍ୟବହାର ଉପରେ ବି କଟକଣା ଲଗାଯାଇଛି।

ଓଡ଼ିଶାରେ ନିର୍ବାଚନ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ରାଜ୍ୟର ୨୧ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ଲାଗି ଭୋଟ୍ ନିଆଯିବ। ଏପ୍ରିଲ୍ ୧୧ରେ ୪ଟି, ଏପ୍ରିଲ ୧୮ରେ ୫ଟି, ଏପ୍ରିଲ୍ ୨୩ରେ ୬ଟି ଏବଂ ଏପ୍ରିଲ୍ ୨୯ରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ୨୦୧୪ ନିର୍ବାଚନରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ କାରଯାଇଥିବା ବେଳେ ଏଥର ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ପର୍ଯ୍ୟାୟରେ ଏଭଳି ବୃଦ୍ଧି କରାଯାଇଥିବା ବା ପଛରେ କେନ୍ଦ୍ର ନିର୍ବାଚନ ଆୟୋଗ କହିଛନ୍ତି ।

ଚଳିତ ଥର ଓଡ଼ିଶାରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ଥିବା ବେଳେ ନୂଆ ଭୋଟର ସଂଖ୍ୟାରେ ୧୧ ଲକ୍ଷ ୯୮ ବୃଦ୍ଧି ଘଟିଛି। ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦ ଥିବା ବେଳେ ମହିଳା ଭୋଟର ସଂଖ୍ୟା ରହିଛି ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫।



from Odisha Reporter https://ift.tt/2SVpuya

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages