ଭାରତ ଆସିବେ ନିରବ ମୋଦି! ବ୍ରିଟେନ୍‌ କୋର୍ଟ କରୁଛନ୍ତି ବିଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଭାରତ ଆସିବେ ନିରବ ମୋଦି! ବ୍ରିଟେନ୍‌ କୋର୍ଟ କରୁଛନ୍ତି ବିଚାର

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ଋଣ ନେଇ ଫେରା ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଅଡ଼ୁଆ ବଢ଼ିଛି। ସେ ଲଣ୍ଡରେ ଥିବା ଏକ ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିରବ ମୋଦି ଲଣ୍ଡନରେ ୭୨ କୋଟି ଟଙ୍କାର ଏକ ଫ୍ଲାଟରେ ରହିବା ସହ ସେଠାରେ ନୂଆ ବ୍ୟବସାୟ ଆରମ୍ଭ କରିଥିବା ଜଣାପଡ଼ିଛି। ସେ ଏହି ଫ୍ଲାଟରେ ରହିବା ପାଇଁ ମାସିବ ୧୫ ଲକ୍ଷ ଟଙ୍କାର ଭଡ଼ା ଦେଉଛନ୍ତି। ଆଜି ନିରବ ଯେଉଁ ଜ୍ୟାକେଟ୍‌ ପିନ୍ଧିଥିଲେ, ତାହାର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଥିଲା। ଅର୍ଥାତ ବ୍ୟାଙ୍କରୁ ଋଣ ନେଇ ସେ ଲଣ୍ଡନରେ ମଉଜ କରୁଛନ୍ତି।

ଭାରତ ସରକାର ଏନେଇ ଜାଣିବା ପରେ ବ୍ରିଟେନ୍‌ ସରକାରଙ୍କୁ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲେ। ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିବା ସହ ଏହାର ତର୍ଜମା ମଧ୍ୟ କରିଛନ୍ତି। ଭାରତ ସରକାର ନିରବ ମୋଦିଙ୍କୁ ପ୍ରତ୍ୟର୍ପଣ ପାଇଁ ଯେଉଁ କାଗଜପତ୍ର ଦେଇଥିଲେ, ତା’ହା ଯର୍ଥାଥ ବୋଲି ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ ହୃଦୟଙ୍ଗମ କରିଛି। ଅର୍ଥାତ ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ।

ଏ ସଂକ୍ରାନ୍ତ ଫାଇଲ୍‌କୁ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ କୋର୍ଟଙ୍କୁ ଆଉ ଥରେ ତର୍ଜମା କରିବାକୁ ପଠାଇଛନ୍ତି। ଯଦି କୋର୍ଟ ଏହାର ବିଚାର କରି ପ୍ରତ୍ୟର୍ପଣ ପାଇଁ ଅନୁମତି ଦିଅନ୍ତି, ତା’ହେଲେ ନିରବ ମୋଦି ଭାରତ ଫେରିବେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କହିଛି।

ଇଡି ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ ଗୃହ ସଚିବ ସାଜିଦ ଜାଭିଡ୍‌ ବ୍ୟବସାୟୀ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ଫାଇଲକୁ ଲଣ୍ଡନ କୋର୍ଟଙ୍କ ନିକଟକୁ ପଠାଇଛନ୍ତି। କୋର୍ଟ ମାମଲାର ବିଚାର କରିବା ଆରମ୍ଭ କଲେ ଇଡି ଓ ସିବିଆଇର ଦୁଇଟି ଟିମ୍‌ ଲଣ୍ଡନ ଯାଇ ନିରବ ମୋଦିଙ୍କ ପ୍ରତ୍ୟର୍ପଣର ବ୍ୟବସ୍ଥା କରିବେ।

ପିଏନ୍‌ବିରୁ ୧୧ ହଜାର କୋଟି ଋଣ ଖିଲାପ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନିରବ ମୋଦି। ତାଙ୍କୁ ଭାରତର ତଦନ୍ତକାରୀ ସଂସ୍ଥାଗୁଡ଼ିକ ଖୋଜୁଛନ୍ତି। କିନ୍ତୁ ସେ ଲଣ୍ଡନରେ ବୁଲୁଥିବା ଏକ ଭିଡିଓ ଆଜି ସାମ୍ନାକୁ ଆସିଥିଲା। ଫେରାର ହେବା ପରଠାରୁ ନିରବ ମୋଦି ପ୍ରଥମଥର ପାଇଁ କ୍ୟାମେରାରେ କଏଦ ହୋଇଛନ୍ତି। ସେ ଦାଢ଼ି ବଢ଼ାଇବା ସହ ବେଶ ନିର୍ଭୟରେ ଲଣ୍ଡନରେ ବୁଲୁଛନ୍ତି।

ନିରବ ଲଣ୍ଡନରେ ଏକ ଇଂରାଜୀ ଖବରକାଗଜର ସାମ୍ବାଦିକଙ୍କ ନଜରକୁ ଆସିଥିଲେ। ନିରବଙ୍କୁ ରାସ୍ତାରେ ଦେଖି ସାମ୍ବାଦିକ ଜଣଙ୍କ ଅନେକ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ପ୍ରତ୍ୟେକ ପ୍ରଶ୍ନ ପରେ ସେ କେବଳ ‘ନୋ କମେଣ୍ଟ’ କହିଥିଲେ।



from Odisha Reporter https://ift.tt/2EPpE4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages