ପରଦାକୁ ଆସିବ ପ୍ରିୟଙ୍କାଙ୍କ ସ୍ୱାମୀଙ୍କ ସଂଘର୍ଷର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ପରଦାକୁ ଆସିବ ପ୍ରିୟଙ୍କାଙ୍କ ସ୍ୱାମୀଙ୍କ ସଂଘର୍ଷର କାହାଣୀ

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ୍‌ ଜଣେ ଲୋକପ୍ରିୟ ଗାୟକ। ତାଙ୍କର ଗୀତକୁ ଶୁଣିବା ପାଇଁ ଫ୍ୟାନ୍‌ ମାନଙ୍କର ଭିଡ଼ ରହିଥାଏ। ନିକ୍‌ ତାଙ୍କ ଭାଇଙ୍କ ସହିତ ସହ ପରଫର୍ମ କରିଥାନ୍ତି। ସୂଚନା ଅନୁସାରେ ‘ଜୋନସ୍‌ ବ୍ରଦର୍ସ’ଙ୍କର ରିୟଲ୍‌ ଲାଇଫ୍‌ ଉପରେ ଏକ ଡକ୍ୟୁମେଣ୍ଟାରୀ ହେବାକୁ ଯାଉଛି।

ଏହା ଉପରେ କାମ ମଧ୍ୟ ଆରମ୍ଭ ହୋଇସାରିଛି। ‘ଆମାଜନ୍‌ ପ୍ରାଇମ୍‌ ଭିଡିଓ’ ପାଇଁ ଏହି ଡକ୍ୟୁମେଣ୍ଟାରୀ ନିର୍ମାଣ କରାଯାଉଛି।
‘ହଲିଉଡ୍‌ ରିପୋର୍ଟର୍‌ ଡଟ୍‌ କମ୍‌’ର ସୂଚନା ଅନୁସାରେ, ଫିଲ୍ମରେ ୬ ବର୍ଷର ବ୍ୟାଣ୍ଡ୍‌ ‘ସକର୍‌’ ବିଷୟରେ ମଧ୍ୟ ଦେଖାଯିବ। ଯେଉଁଥିରେ ନିକ୍‌ ଜୋନସ୍‌, କେବିନ୍‌ ଜୋନସ୍‌ ଓ ଜୋ ଜୋନସ୍‌ ରହିଛନ୍ତି ଏବଂ ତିନିଜଣଙ୍କ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ତିଆରି କରାଯିବ।

ଆମାଜନ୍‌ ଷ୍ଟୁଡିୟୋଜ୍‌ର ମୁଖ୍ୟ ଜେନିଫର୍‌ ସାଲ୍କ୍ ଫିଲ୍ମକୁ ନେଇ କହିଛନ୍ତି, ନିକ୍‌ ଜୋନସ୍‌, କେବିନ୍‌ ଜୋନସ୍‌ ଓ ଜୋ ଜୋନସ୍‌ଙ୍କ ପ୍ରକୃତ ଜୀବନ କାହାଣୀକୁ ପ୍ରଦର୍ଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହାର ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରାଯିବ।

ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍‌ ଗତବର୍ଷ ୧ ଡିସେମ୍ୱରରେ ବିବାହ କରିଛନ୍ତି। ଦୁହିଁଙ୍କର ରୋମାଣ୍ଟିକ ଫଟୋ କିଛି ଦିନ ଧରି ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

 



from Odisha Reporter https://ift.tt/2TrspUj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages