
ନୂଆଦିଲ୍ଲୀ: ଅଶାନ୍ତ ଭାରତ-ପାକିସ୍ତାନ ଏଲ୍ଓସିରେ ଗତ କିଛି ଦିନ ଧରି ଲାଗିରହିଥିବା ସଙ୍ଗିନ୍ ସ୍ଥିତିକୁ ଲକ୍ଷ୍ୟ କରି ବଡ଼ ପଦକ୍ଷେପ ନେଇଛି ଭାରତୀୟ ସେନା। ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବାର ଦୁଃସାହସ କରିଆସିଥିବା ପାକିସ୍ତାନକୁ ଦୃଢ଼ ଜବାବ ଦେବାପାଇଁ ପାକିସ୍ତାନୀ ପୋଷ୍ଟକୁ ମୁହାଁଇ ନିୟୋଜିତ କରାଯାଇଛି ଅତ୍ୟାଧୁନିକ ସ୍ନାଇପର। ଏହି ସମସ୍ତ ସ୍ନାଇପର ସେନାରେ ନୂତନ ଭାବରେ ସାମିଲ ହୋଇଛି ଏବଂ ଏହା ଶତ୍ରୁ ସୀମରେ ଗର୍ଜନ ଆରମ୍ଭ କରିସାରିଥିବା ସୂଚନା ମିଳିଛି।
ବିଶେଷ ସୂତ୍ରରୁ ଜଣାଯାଇଛି, ପାକିସ୍ତାନର ନିଦ ହଜାଉଥିବା ଏହି ରାଇଫଲ ମଧ୍ୟରୁ ଗୋଟିଏ ଫିନ୍ଲ୍ୟାଣ୍ଡ ନିର୍ମିତ ଲାପୁଆ ମାଗ୍ନମ୍ ଏବଂ ଅନ୍ୟଟି ଇଟାଲିର ବେରେଟ୍ଟା କମ୍ପାନୀ ନିର୍ମିତ। ବର୍ତ୍ତମାନ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଗତ କିଛି ଦିନ ତଳେ ହିଁ ଏସବୁକୁ କିଣାଯାଇଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ସେନାର ନଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ଙ୍କୁ ମିଳିଥିବା ଆର୍ଥିକ କ୍ଷମତା ଅଧୀନରେ ସେନା ହିଁ ସିଧାସଳଖ ଏହି ରାଇଫଲ ସବୁ କିଣିଛି। ବର୍ତ୍ତମାନ ଲ୍ୟୁଟନାଣ୍ଟ ଜେନେରାଲ ରଣବୀର ସିଂହ ନଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଦାୟିତ୍ୱରେ ଅଛନ୍ତି।
ତେବେ ଏହି ସ୍ନାଇପର କାରଣରୁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଇପାରିନାହିଁ।
ସୂଚନାଯୋଗ୍ୟଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ପୁଲ୍ୱାମାଠାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ।
ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣର ବଦ୍ଲା ନେବା ପାଇଁ ବାଲାକୋଟ୍ଠାରେ ଥିବା ଜୈଶ୍-ଏ-ମହମ୍ମଦ ଆତଙ୍କୀଙ୍କ କ୍ୟାମ୍ପ ଉପରେ ଭାରତ ଆକାଶ ମାର୍ଗରୁ ଆକ୍ରମଣ କରି ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉଗ୍ର ସ୍ଥିତିରେ ପହଞ୍ଚିଥିଲା। ଏହାପରେ ପାକ୍ ସେନା ଭାରତୀୟ ମିଲିଟାରୀ ବେସ୍କୁ ଟାର୍ଗେଟ୍ କରିବା ପାଇଁ ୨୪ଟି ଯୁଦ୍ଧ ବିମାନ ପଠାଇଥିଲା।
ଭାରତୀୟ ବାୟୁସେନା ଏହାର କଡ଼ା ମୁକାବିଲା କରିବାରୁ ପାକିସ୍ତାନର ଯୁଦ୍ଧବିମାନ ଛତ୍ରଭଙ୍ଗ ଦେଇଥିଲେ। ପାକିସ୍ତାନର ଏକ ଏଫ୍-୧୬ ବିମାନକୁ ମଧ୍ୟ ଖସାଇ ଦିଆଯାଇ ଥିଲା। ତେବେ ପାକ ଯୁଦ୍ଧବିମାନ ଗୁଡ଼ିକୁ ପାକିସ୍ତାନ ସୀମା ପାର କରାଇ ଦେଇଥିବା ବୀର ପାଇଲଟ୍ ଅଭିନନ୍ଦନ ଦୁର୍ଭାଗ୍ୟବଶତଃ ସୀମା ସେପଟେ ଖସି ପଡ଼ିବାରୁ ସେମାନେ ଗିରଫ କରିନେଇଥିଲେ।
ଅଭିନନ୍ଦନଙ୍କୁ ପାକଁ ସେନା ଗିରଫ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ଚାପର ସାମ୍ନା କରିନପାରି ଇମ୍ରାନ ଖାନଙ୍କ ପାକିସ୍ତାନ ସରକାର ଶେଷରେ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ମୁକ୍ତି ବାବଦରେ ଇମ୍ରାନ ନିଜେ ସଂସଦରେ ମତ ରଖି କହିଥିଲେ, ଶାନ୍ତି ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ବିଭିନ୍ନ ଘଟଣାରେ ଚାଲାକି ଦେଖାଇ ସାରିଥିବା ପାକିସ୍ତାନ ଏହି ଘଟଣାରେ ଯେପରି ମୂଲଚାଲ ନକରେ, ସେନେଇ କଡ଼ା ମତ ରଖିଥିଲା ଭାରତ। ଏହାପରେ ଯଦିଓ ସେଭଳି ବଡ଼ ଘଟଣା ଘଟିନି, ପାକିସ୍ତାନ ତା’ର ପ୍ରକୃତି ଛାଡ଼ିନାହିଁ। ତେଣୁ ଏହି ସ୍ଥିତିରେ ପାକିସ୍ତାନ ସୀମାରେ ନିଜର ଦବ୍ଦବା ଜାହିର କରିବା ପାଇଁ ଭାରତ ଅତ୍ୟାଧୁନିକ ସ୍ନାଇପରକୁ ସେନାରେ ଯୋଡ଼ିବା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
from Odisha Reporter https://ift.tt/2ujc6d3
No comments:
Post a Comment