୧୦୦ ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

୧୦୦ ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ପକ୍ଷରୁ ଲୋକସଭା ପରେ ଆଜି ରାଜ୍ୟ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୧୦୦ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି।

ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସମ୍ବଲପୁରରୁ ଜୟନାରାୟଶ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁର ପ୍ରଦୀପ ପୁରହିତ, ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର) ବାବୁ ସିଂ,ବ୍ରଜରାଜନଗର ରାଧାରାଣୀ ପଣ୍ଡା, ବାଲିକୁଦା ଏରସମା ଦାମୋଦର ରାଉତ୍, ବ୍ରହ୍ମଗିରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ତେଲକୋଇ ଦୁର୍ଯୋଧନ ସିଦ୍ଧୁ, ବାବାଟୀ କଟକ ସମୀର ଦେ, ରାଉରକେଲା ନିହାର ରାୟ, ଘସିପୁରା ପୃଥିରାଜ କୁଅଁର, କଟକ ଚୌଦ୍ୱାର ନୟନ କିଶୋର ମହାନ୍ତି, ତଳସରା ଭବାନୀ ଭୋଇ ନିର୍ବାଚନ ଲଢ଼ିବେ। 

ସେହିପରି ବଣାଇରୁ ଅନୀଲ ବାର୍ଲା, ରଣପୁର ସୁରମା ପାଢି, ସୁନ୍ଦରଗଡ଼ କୁସୁମ ଟେଟେ, ରେଙ୍ଗାଲି ନାଉରି ନାୟକ, ଖଣ୍ଡପଡ଼ା ସିର୍ଦ୍ଧାର୍ଥ ସିଂହ ମର୍ଦ୍ଦରାଜ୍‌, ବୀରମିତ୍ରପୁର ଶଙ୍କର ଓରାମ, ସାଲେପୁର ପ୍ରକାଶ ବେହେରା, ନିମାପଡ଼ା ପ୍ରଭାତୀ ପରିଡ଼ା, ଧାମନଗର ବିଷ୍ଣୁ ସେଠୀ, ରଘୁନାଥ ପଲ୍ଲୀ ଜଗବନ୍ଧୁ ବେହେରା ଓ କେଭି ସିଂହଦେଓଙ୍କୁ ପାଟଣାଗଡ଼ରୁ ପ୍ରାର୍ଥୀ କରାଯାଇଛି।

 



from Odisha Reporter https://ift.tt/2HKOmGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages