ତୁଟିଲା ବିହାର ମହାମେଣ୍ଟ ଗଣିତ, ୨୦ ଆସନରୁ ଲଢ଼ିବ ଆରଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ତୁଟିଲା ବିହାର ମହାମେଣ୍ଟ ଗଣିତ, ୨୦ ଆସନରୁ ଲଢ଼ିବ ଆରଜେଡି

ପାଟନା: ବିହାର ମହାମେଣ୍ଟ ପକ୍ଷରୁ ଶୁକ୍ରବାର ଆସନ ଭାଗବଣ୍ଟା ନେଇ ନିଷ୍ପତ୍ତି ହେବା ସହିତ ଏହାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି ଘୋଷଣା ଅନୁଯାୟୀ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସର୍ବାଧିକ ୨୦ଟି ଆସନରୁ ଲଢ଼ିବ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ୯ଟି ଆସନରୁ, ଆରଏସ୍‌ଏଲ୍‌ପି ୫ଟି ଆସନରୁ, ଜିତନ୍‌ ରାମ୍ ମାଞ୍ଝିଙ୍କ ଏଚ୍‌ଏଏମ୍‌-ଏସ୍‌ ୩ଟି ଆସନରୁ ଏବଂ ବିକାଶୀଲ ଇନ୍‌ସାଫ୍‌ ପାର୍ଟି ୩ଟି ଆସନରୁ ଲଢ଼ିବେ। ସେହିଭଳି ସିପିଆଇ-ଏମ୍‌ଏଲ ଆରଜେଡି କୋଟାରୁ ଗୋଟିଏ ଆସନରେ ଲଢ଼ିବ।

ଅନ୍ୟପକ୍ଷରେ ଶରଦ ଯାଦବ ଆରଜେଡିର ଲଣ୍ଠନ ଚିହ୍ନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ତାଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳକୁ ସେ ନିର୍ବାଚନ ପରେ ଆରଜେଡି ସହିତ ଲୀନ କରିବା ନେଇ ମଧ୍ୟଏକ ସାମ୍ବାଦିକ ସମ୍ମିଳନୀରେ ଆରଜେଡିର ମନୋଜ ଝା ଘୋଷଣା କରିଛନ୍ତି।

ଏତଦ୍‌ବ୍ୟତୀତ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ କରି ଖାଲି ହେବାକୁ ଥିବା ରାଜ୍ୟ ଆସନ ଗୁଡ଼ିକ କଂଗ୍ରେସକୁ ଦିଆଯିବ ବୋଲି କୁହାଯାଇଛି। ବରିଷ୍ଠ କଂଗ୍ରେସ ନେତାମାନେ ଏହି ମେଣ୍ଟ ପାଇଁ ବେଶ୍‌ କିଛି ଦିନ ଧରି କସରତ କରିଆସୁଥିଲେ। କାରଣ କଂଗ୍ରେସ ୧୧ଟିରେ ଲଢ଼ିବାକୁ ଜିଦ୍‌ ଧରିଥିଲା ଏବଂ ଆରଜେଡି ଚାହୁଁଥିଲା ଏହାର ଅନ୍ୟ ସହଯୋଗୀ ଅଧିକ ଆସନ ଲଢ଼ନ୍ତୁ।

ଏନ୍‌ଡିଏମ ମେଣ୍ଟରୁ ଉଭୟ ବିଜେପି ଏବଂ ଜେଡିୟୁ ୧୭ ଲେଖାଏ ଆସନରୁ ଲଢ଼ିବାକୁ ଥିବାବେଳେ ଆରଏଲଏସ୍‌ପି ୬ଟି ଆସନରୁ ଲଢ଼ିବ। ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ସମସ୍ତ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବାକୁ ଅଛି।



from Odisha Reporter https://ift.tt/2Ft8VWO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages