
ନୂଆଦିଲ୍ଲୀ: କର୍ତ୍ତବ୍ୟରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ମେଜର ଲିଟୁଲ୍ ଗୋଗୋଇଙ୍କର କୋର୍ଟ ମାର୍ଶାଲ ଶେଷ ହୋଇଛି। ବର୍ତ୍ତମାନ ଦଣ୍ଡ ସ୍ୱରୂପ ତାଙ୍କର ପାହ୍ୟାର ହ୍ରାସ କରାଯିବାର ସମ୍ଭାବନା ରହିଛି। ସେ ସ୍ଥାନୀୟ ଜଣେ ମହିଳାଙ୍କ ସହିତ ହୋଟେଲରୁ ଧରାପଡ଼ିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ଦାୟିତ୍ୱରେ ଅବହେଳା କରି ୟୁନିଟ୍ ସହିତ ଅନୁପସ୍ଥିତ ଥିବା ଅଭିଯୋଗରେ ମେଜରଙ୍କ ଡ୍ରାଇଭର ସମୀର ମଲ୍ଲଙ୍କର ମଧ୍ୟ କୋର୍ଟ ମାର୍ଶାଲ ସରିଛି। ତାଙ୍କୁ ମଧ୍ୟ ଗୁରୁତର ଦଣ୍ଡବିଧାନର ସମ୍ଭାବନା ରହିଛି। କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଏହି ଦୁଇ ଜଣ ସ୍ଥାନୀୟ ଲୋକଙ୍କ ସହିତ ମିଳାମିଶା କରିବା ସହିତ ଅପରେସନାଲ ଏରିଆର କର୍ତ୍ତବ୍ୟସ୍ଥଳ ଛାଡ଼ିଚାଲିଯାଇଥିଲେ।
ସେନା କୋର୍ଟ ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ବୟାନ ରେକର୍ଡ କରିସାରିଛି ଏହା ସେନା ମୁଖ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ଗତ ବର୍ଷ ମେ ୨୩ରେ ମେଜର ଗୋଗୋଇ ଏବଂ ତାଙ୍କ ଡ୍ରାଇଭର ଏଭଳି ଭୁଲ୍ କରି ଶ୍ରୀନଗରର ଏକ ହୋଟେଲ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଫଳରେ ପୁଲିସ୍ ସେମାନଙ୍କୁ ଅଟକ ରଖିଥିଲା। ବର୍ତ୍ତମାନ ଶୁଣାଣି ସରିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
from Odisha Reporter https://ift.tt/2HNigLr
No comments:
Post a Comment