
ଭଞ୍ଜନଗର (ପ୍ରବୀର କୁମାର ସ୍ୱାଇଁ): ବାଇକ୍ରେ ଯାଉଥିବା ବେଳେ ବଜ୍ରପାତ ହେବାରୁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ଅପରାହ୍ନ ୫ଟା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଆକାଶରେ ମେଘ ଘୋଟି ଆସିଥିଲା। ପରେ ବଜ୍ରପାତ ହୋଇଥିଲା। ଏହି ସମୟରେ ବେଲଗୁଣ୍ଠା ଆଇଟିଆଇ ଛାତ୍ର ସୁତୁମସରା ଗାଁର ଦୀପକ ଦଳାଇ ଓ ପୋଲାର ଗାଁର ଦ୍ୱିତୀକୃଷ୍ଣ ସାହୁ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତି ଲିପୁନ ବରାଡ଼ ଓ ଈଶ୍ୱର ଚନ୍ଦ୍ର ଲେଙ୍କା ବାଇକ୍ରେ ଯାଉଥିଲେ। ତେବେ ଠେଙ୍ଗାଧର ଓ ମନ୍ଦାର ଗ୍ରାମ ରାସ୍ତାରେ ହଠାତ ବଜ୍ରପାତ ହେବାରୁ ଦୀପକ ଓ ଦ୍ୱିତୀକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ଲିପୁନ ଓ ଈଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବେଲଗୁଣ୍ଠା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
from Odisha Reporter https://ift.tt/2WAI14O
No comments:
Post a Comment