ପାରିକରଙ୍କ ପତ୍ନୀଙ୍କର ମଧ୍ୟ କ୍ୟାନସରରେ ଯାଇଥିଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପାରିକରଙ୍କ ପତ୍ନୀଙ୍କର ମଧ୍ୟ କ୍ୟାନସରରେ ଯାଇଥିଲା ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଦୀର୍ଘ ଦିନ କ୍ୟାନସର୍‌ ସହ ଲଢି ଗତ ରବିବାର ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।  ପାରିକର ୨୦୧୮ରୁ ପାନକ୍ରିଆଟିକ କ୍ୟାନସରରେ ପୀଡିତ ଥିଲେ। ତେବେ କେବଳ ମନୋହର ପାରିକର ନୁହେଁ, ତାଙ୍କ ପତ୍ନୀ ମେଧା ପାରିକରଙ୍କର ମଧ୍ୟ ୧୮ ବର୍ଷ ପୂର୍ବେ କ୍ୟାନସର ରୋଗରେ ଦେହାନ୍ତ ହୋଇଥିଲା।

ମେଧାଙ୍କୁ ୧୯୮୧ମସିହାରେ ବିବାହ କରିଥିଲେ ପାରିକର। ଏବେ ତାଙ୍କର ଉତ୍ପଲ ଏବଂ ଅଭିଯାନ ନାମରେ ଦୁଇ ପୁଅ ଅଛନ୍ତି।  ଉତ୍ପଲ ଆମେରିକାର ମିଶିଗନ ଷ୍ଟେଟ୍‌ ୟୁନିଭରସିଟିରୁ ଇଲେକଟ୍ରିକାଲ୍‌ ଇଞ୍ଜିନିୟରିଂ କରିଛନ୍ତି। ସେହିପରି ତାଙ୍କ ସାନ ପୁଅ ଅଭିଯାନ ଜଣେ ବିଜନେସ୍‌ମ୍ୟାନ୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ମନୋହର ପାରିକରଙ୍କର ଜନ୍ମ ୧୯୫୫ ମସିହାରେ ମାପୁସାରେ ହୋଇଥିଲା।  ସେ ଜଣେ ମେଧାବୀ ଛାତ୍ର ଥିଲେ। ୧୯୭୮ ମସିହାରେ ଆଇଆଇଟି ବମ୍ବେରୁ ଶିକ୍ଷା ସମାପ୍ତ କରିବା ପରେ ସେ ଆରଏସଏସରେ ଯୋଗ ଦେଇଥିଲେ । ପରେ ତାଙ୍କର ବିବାହ ୧୯୮୧ ମସିହାରେ ମେଧା ପାରିକରଙ୍କ ସହ ହୋଇଥିଲା। କିନ୍ତୁ ଦାମ୍ପତ୍ୟ ଜୀବନ ବେଶି ଦିନ ଖୁସିରେ କଟି ପାରିନଥିଲା। ୨୦୦୧ ମସିହାରେ ପାରିକରଙ୍କ ପତ୍ନୀଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା ।

ପାରିକର ୨୦୦୦-୦୫ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୧୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ  ଦ୍ୱିତୀୟ ଥର ଓ ୨୦୧୭ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ତୃତୀୟ ଥର ଗୋଆର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର  ହୋଇଥିବା ବେଳେ ପାରିକର ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ତେବେ ୨୦୧୭ରେ ଗୋଆ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନ ମିଳିବାରୁ ପାରିକରଙ୍କୁ ଖୋଜା ପଡିଥିଲା । ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଢିଥିବା ବେଳେ ସର୍ମଥନ ଦେବା ପାଇଁ ଆଗେଇ ଆସିଥିଲେ ଗୋଆର ଅନ୍ୟ ଆଞ୍ଚଳିକ ଦଳ ।

ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗତ ବର୍ଷ ଫେବୃୟାରୀରେ ପାରିକର ପାନକ୍ରିଆଟିକ୍‌ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହାପରେ ଗୋଆ, ବମ୍ୱେ, ଦିଲ୍ଲୀ, ଓ ଆମେରିକାରେ ସେ ଚିକିତ୍ସିତ ହୋଇଥିଲେ। ଶେଷରେ ଗତ ୧୭ ତାରିଖରେ ୬୩ ବର୍ଷ ବୟସରେ ସେ ସବୁ ଦିନ ପାଇଁ ଆଖି ବୁଜିଲେ।

 



from Odisha Reporter https://ift.tt/2OfLSBj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages