ମୋଦି ଭୟ: ଫିଲ୍ମ ଅଭିନେତ୍ରୀଙ୍କୁ ଭରସା କଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ମୋଦି ଭୟ: ଫିଲ୍ମ ଅଭିନେତ୍ରୀଙ୍କୁ ଭରସା କଲେ ମମତା

କୋଲକାତା: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପୂର୍ବ ଭାରତକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଥିବା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ମୁକାବିଲା କରିବା ପାଇଁ ନୂଆ ଉପାୟ ପାଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ। ସେ ୩ ଜଣ ବଙ୍ଗଳା ଫିଲ୍ମ ଅଭିନେତ୍ରୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ୍‌ ଦେବେ ବୋଲି ଆଜି ଘୋଷଣା କରିଛନ୍ତି।

ସେ ଆଜି ବିଭିନ୍ନ ଲୋକସଭା ପାଇଁ ଟିକେଟ୍‌ ଘୋଷଣା କରିବା ଅବସରରେ କହିଛନ୍ତି, ନୁସରତ୍‌ ଜାହାନ ଏବଂ ମିମି ଚକ୍ରବର୍ତ୍ତୀ ଏଥର ଟିଏମ୍‌ସି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ବହୁ ସମ୍ବେଦନଶୀଳ ଚର୍ଚ୍ଚିତ ଆସନ ଆସନ୍‌ସୋଲ୍‌ରୁ ବିଜେପିର ପ୍ରାର୍ଥୀ ତଥା ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ମୁନ୍‌ମୁନ୍‌ ସେନ୍‌ ଟିଏମ୍‌ସି ପ୍ରାର୍ଥୀ ହେବେ।


ସେହିଭଳି କଂଗ୍ରେସରୁ ଟିଏମ୍‌ସି ଆସିଥିବା ମୌସମ୍‌ ନୂର ମାଲ୍‌ଦା ଆସନରୁ ଲଢ଼ିବେ। ସଦ୍ୟ ଏକ ଆକ୍ରମଣରେ ପ୍ରାଣ ହରାଇଥିବା ବିଧାୟକ ସତ୍ୟଜିତ ବିଶ୍ୱାସଙ୍କ ପତ୍ନୀ ରୂପାଲି ବିଶ୍ୱାସ ମଧ୍ୟ ଆଗାମୀ ନିର୍ବାଚନ ଲଢ଼ିବେ।

ଏତେ ସଂଖ୍ୟାରେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ବାବଦରେ ମମତା କହିଛନ୍ତି, “ଏହା ରାଜନୀତିକ ଦଳମାନଙ୍କ ପାଇଁ ଆହ୍ୱାନ। ଆମର ପ୍ରାର୍ଥୀମାନଙ୍କ ମଧ୍ୟରୁ ୪୧ ପ୍ରତିଶତ ମହିଳା। ଅନେକ ଲୋକ ମହିଳାଙ୍କୁ ଆରକ୍ଷଣ ବାବଦରେ ଗପୁଛନ୍ତି। କିନ୍ତୁ ଆମେ ଏହା ଘୋଷଣା କରିବାର ଆବଶ୍ୟକତା ନାହିଁ। ଏହା ଆମ ପାଇଁ ଗୌରବର ଅବସର।”

ଟିଏମ୍‌ସି ପଶ୍ଚିମବଙ୍ଗ ବ୍ୟତୀତ ଓଡ଼ିଶା, ଆସାମ, ଝାରଖଣ୍ଡ ଏବଂ ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ପ୍ରାର୍ଥୀ ଦେବ।



from Odisha Reporter https://ift.tt/2EYGM8z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages