କପି କରିବାକୁ ଦାଦାଗିରି, ସିସିଟିଭି ଆଢ଼ୁଆଳରେ ବସି ଦେଲେ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

କପି କରିବାକୁ ଦାଦାଗିରି, ସିସିଟିଭି ଆଢ଼ୁଆଳରେ ବସି ଦେଲେ ପରୀକ୍ଷା

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଣ୍ଟା ଭିଡ଼ିଛି। କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇଛି। ଏହା ସତ୍ତ୍ୱେ ପିଲାମାନେ ଦାଦାଗିରି କରି କପି କରୁଛନ୍ତି। ସିସିଟିଭି ଆଢ଼ୁଆଳରେ ରହି କପି କରିବା ପାଇଁ ଦାବି କରୁଛନ୍ତି। ଆଜି ଏମିତି ଏକ ଘଟଣା ଦେବଗଡ଼ ମହାବିଦ୍ୟାଳୟରେ ଘଟିଛି।

ଆଜି ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ପଦାର୍ଥ ବିଜ୍ଞାନ ବିଷୟ ଥିଲା। ସେଥିପାଇଁ ଦେବଗଡ଼ ମହାବିଦ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାଉନ୍‌ସିଲ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମହାବିଦ୍ୟାଳୟର ଉପର ମହଲାରେ ସିସିଟିଭି ଲଗିଥିଲା। ୧୨୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ହଲ୍‌ରେ ପହଞ୍ଚିଥିଲେ। ମାତ୍ର ପରୀକ୍ଷା ହଲ୍‌ରେ ସିସିଟିଭି ଲାଗିଥିବା ଦେଖି ୬୮ ଜଣ ଛାତ୍ରଛାତ୍ରୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତେଣୁ ସେମାନେ ସିସିଟିଭି ଆଢ଼ୁଆଳରେ ବସି ପରୀକ୍ଷା ଦେବା ପାଇଁ ଦାବି କରିଥିଲେ। ମାତ୍ର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷାଖାତା ଓ ପ୍ରଶ୍ନପତ୍ର ଧରି ତଳ ମହଲାକୁ ଆସି ତଳେବସି ପରୀକ୍ଷା ଦେଇଥିଲେ। ଅଧ୍ୟାପକ ଓ ଅଧ୍ୟାପିକାମାନେ ସେମାନଙ୍କୁ ବାରଣ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଶେଷରେ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ ଏ ସମ୍ପର୍କରେ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସ୍‌ପି ରାହୁଲ ଜୈନଙ୍କୁ ଜଣାଇଥିଲେ। ଖବର ପାଇ ଜିଲ୍ଲାପାଳ ଓ ଏସ୍‌ପି ପରୀକ୍ଷା କେନ୍ଦ୍ରରେ ପହଞ୍ଚି କପି କରୁଥିବା ୬୮ ଜଣ ଛାତ୍ରଛାତ୍ରୀଙ୍କଠାରୁ ପରୀକ୍ଷା ଖାତା ଏବଂ ପ୍ରଶ୍ନପତ୍ର ଜବତ କରିଥିଲେ।

ପରେ କଲେଜ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ନିଜର ମତ ରଖିଥିଲେ।

କଲେଜ ଅଧ୍ୟକ୍ଷା ଶ୍ରୀମତୀ ଶତପଥୀ କହିଛନ୍ତି,“କାଉନ୍‌ସିଲ୍‌ର ଗାଇଡ୍‌ଲାଇନ୍‌ ଅନୁସାରେ ସିସିଟିଭି ଆଗରେ ପରୀକ୍ଷା ହେବ। ତେବେ ଆଜି ବିଶୃଙ୍ଖଳା କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହାର ନିଷ୍ପତ୍ତି କାଉନ୍‌ସିଲ୍‌ ନେବ।”



from Odisha Reporter https://ift.tt/2TwoN3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages