ପବଜି ଗେମ୍‌ ଖେଳୁଥିବା ବେଳେ ଦଳିଦେଲା ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ପବଜି ଗେମ୍‌ ଖେଳୁଥିବା ବେଳେ ଦଳିଦେଲା ଟ୍ରେନ୍‌

ମୁମ୍ବାଇ: ଅନ୍‌ଲାଇନ୍‌ ମୋବାଇଲ୍‌ ଗେମ୍‌ ପବଜି ଖେଳିବାର ଏକ ଦୁଃଖଦ ପରିଣତି ମହାରାଷ୍ଟ୍ରର ହିଙ୍ଗୋଳିରେ ଦେଖିବାକୁ ମିଳିଛି। ଦୁଇ ଜଣ ଯୁବକ ରେଳ ଧାରଣା ଉପରେ ବସି ପବଜି ଗେମ୍‌ ଖେଳୁଥିବା ବେଳେ ଟ୍ରେନ୍‌ ଧକ୍କାରେ ସେମାନଙ୍କର ମୃତ୍ୟୁ ଘଟିଛି।

ନଗେଶ ଗୋରେ(୨୪) ଓ ସ୍ୱପନିଲ ଅନ୍ନପୁର୍ଣ୍ଣେ(୨୨) ଖାଟକାଲି ବାଇପାସ୍‌ ସ୍ଥିତ ରେଳ ଧାରଣା ନିକଟରେ ପବଜି ଗେମ୍‌ ଖେଳୁଥିଲେ। ସେମାନେ ଏହି ଖେଳରେ ଏତେ ମାତ୍ରାରେ ମଜ୍ଜି ଯାଇଥିଲେ ଯେ ରେଳ ଧାରଣାରେ ଆସୁଥିବା ହାଇଦ୍ରାବାଦ୍‌-ଆଜମେର ଟ୍ରେନ୍‌ର ହର୍ଣ୍ଣକୁ ଶୁଣି ପାରି ନଥିଲେ। ଟ୍ରେନ୍‌ଟି ଉଭୟଙ୍କୁ ଖୁବ୍‌ଜୋରରେ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲସ୍‌ ଉଭୟଙ୍କ ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2uftfEu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages