ତୁର୍କୀ ପାରା ବ୍ୟାଡମିଣ୍ଟନ ଇନିସ କପରେ ଓଡ଼ିଶାରୁ ୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ତୁର୍କୀ ପାରା ବ୍ୟାଡମିଣ୍ଟନ ଇନିସ କପରେ ଓଡ଼ିଶାରୁ ୪

ଭୁବନେଶ୍ୱର: ତୁର୍କୀର ଅନ୍ତାଲ୍ୟା ସହରସ୍ଥ ଲିମକ୍ ଲିମରା ସ୍ପୋର୍ଟ୍ସ ହଲରେ ଚଳିତ ମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଚମ ତୁର୍କୀ କପ୍ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଇନିସ କପ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦେଶରୁ ପ୍ରାୟ ୨୯୧ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିବେ।

ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାରୁ ୪ଜଣ ପ୍ରତିଯୋଗୀ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ସେମାନେ ହେଲେ ଓଡ଼ିଶାର ପ୍ରମୋଦ ଭଗତ, ନୁରୁଲ ହୁସେନ ଖାନ୍, ଦିଲେଶ୍ୱର ରାଓ ଓ ଦୀପ ରଞ୍ଜନ ବିଶୋଇ। ଚଳିତ ବର୍ଷ ଭାରତୀୟ ପାରା ଆଥଲେଟ୍ସଙ୍କ ବେଶ ମହତ୍ତ୍ୱପୂର୍ଣ୍ଣ।

ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ପାରା ଅଲିମ୍ପିକ୍ସକୁ କ୍ୱାଲିଫାଏ କରିବାକୁ ହେଲେ ଭାରତକୁ ଚଳିତ ବର୍ଷ ୧୨ଟି ଅନ୍ତର୍ଜାତୀୟ ଇଭେଣ୍ଟରୁ ୭ଟି ବିଜୟ ହାସଲ କରିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଓଡ଼ିଆ ତାରକାଙ୍କୁ ଅଲିମ୍ପିକ୍ସ ଯିବା ଭଲ ସୁଯୋଗ ରହିବ।



from Odisha Reporter https://ift.tt/2TWY1RS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages