ଭୋପାଲରେ ଦିଗବିଜୟଙ୍କ ବିରୋଧରେ ପ୍ରାର୍ଥୀ ହେବେ ଶିବରାଜ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଭୋପାଲରେ ଦିଗବିଜୟଙ୍କ ବିରୋଧରେ ପ୍ରାର୍ଥୀ ହେବେ ଶିବରାଜ !

ଭୋପାଲ: ମଧ୍ୟ ପ୍ରଦେଶର ଭୋପାଲ ଲୋକସଭା ଆସନରୁ ଚଳିତଥର କଂଗ୍ରେସ ପ୍ରାର୍ଥୀ ହେବେ ଦଳର ମହାସଚିବ ଦିଗବିଜୟ ସିଂହ। ମୁଖ୍ୟମନ୍ତ୍ରୀ କମଲନାଥ ଏ ନେଇ ଘୋଷଣା କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ସେ ପ୍ରସ୍ତୁତ ଥିବା କହିଛନ୍ତି। ଭୋପାଲ ବିଜେପିର ଗଡ଼ ହୋଇଥିବାରୁ ଏ ଲଢ଼େଇ ଦିଗବିଜୟଙ୍କ ପାଇଁ କଡ଼଼ା ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଭୋପାଲରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ଦିଗବିଜୟ ଭୋପାଲରୁ ପ୍ରାର୍ଥୀ ହେବେ ବୋଲି ଜାଣିବା ପରେ ଶିବରାଜ କହିଛନ୍ତି ୨୯ରୁ ୨୯ ଲୋକସଭା ଆସନ ବିଜେପି ଜିତିବ। ତେଣୁ ଦଳ ଯେଉଁ ନିଷ୍ପତ୍ତି ନେବ ସେଥିରେ ସେ ରାଜି ବୋଲି କହି ଭୋପାଲ ଆସନରେ କଡ଼ା ମୁକାବିଲା ହେବ ବୋଲି ଇସାରା ଦେଇଛନ୍ତି।

ଦିଗବିଜୟ ଟ୍ୱିଟ କରି କହିଛନ୍ତି ପୂର୍ବରୁ ୧୯୭୭ରେ ଜନତା ପାର୍ଟି ଲୋକପ୍ରିୟ ଥିଲା କିନ୍ତୁ ରାଧୌଗଢ଼ ଆସନରେ କଂଗ୍ରେସ ସେତେବେଳେ ତାଙ୍କୁ ପ୍ରାର୍ଥୀ କରାଇଥିଲା ଆଉ ଶେଷରେ ସେ ବିଜୟୀ ହୋଇଥିଲେ। ତେଣୁ ଯେ କୌଣସି ଚ୍ୟାଲେଞ୍ଜ ନେବାକୁ ପ୍ରସ୍ତୁତ ବୋଲି ଦିଗବିଜୟ କହିଛନ୍ତି।

ସୂଚନାଯୋଗ୍ୟ, ୮ ଡିସେମ୍ବର ୧୯୯୩ରୁ ୨୦୦୩ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଥିଲା। ହେଲେ ଏହାପରେ ସରକାର ବଞ୍ଚାଇବାରେ ଦିଗବିଜୟ ଅସଫଳ ହୋଇଥିବାରୁ ଆଗାମୀ ୧୦ ବର୍ଷ ପାଇଁ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଥିଲେ। ହେଲେ ୨୦୧୪ରେ ସେ ନିର୍ବାଚନ ଲଢ଼ି ନଥିଲେ। କିନ୍ତୁ ଏବେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

ତେବେ ଗତବର୍ଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ ସମେତ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଛି। ମୋଟ ୨୩୦ଟି ବିଧାନସଭା ଆସନରୁ କଂଗ୍ରେସ ୧୧୪ଟି ଆସନ ଜିତିଥିବାବେଳେ ବିଜେପି ୧୦୯ଟି ଆସନ ଏବଂ ଏସପି ଗୋଟିଏ ଓ ବିଏସପି ୨ଟି ଆସନ ଜିତିଥିଲା। ଏସପି-ବିଏସପି କଂଗ୍ରେସକୁ ସମର୍ଥନ କରିବା ପରେ ମ୍ୟାଜିକ ନମ୍ବର ୧୧୬ ଛୁଇଁବାରୁ କମଲନାଥ ସରକାର ଗଢ଼ିବାରେ ସକ୍ଷମ ହୋଇଛନ୍ତି।

ଦିଗବିଜୟଙ୍କ ପାଇଁ ଭୋପାଲ ଆସନ ଜିତିବା ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2Op18Mr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages