
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ହେଲା ଏକ ଅପ୍ରତ୍ୟାଶିତ ପରିବର୍ତ୍ତନ। ଦୀର୍ଘ ସମୟର ସତ୍ତାଧାରୀ କଂଗ୍ରେସକୁ ମିଳିଲା ସବୁଠାରୁ କଠୋର ଜନାଦେଶ। ସୋନିଆ ଗାନ୍ଧି ଓ ପୁଅ ରାହୁଲଙ୍କ ନେତୃତ୍ୱକୁ ସିଧାଶଳଖ ପ୍ରତ୍ୟାଖ୍ୟାନ କଲେ ଭାରତୀୟ ଭୋଟର। ଏଭଳି ସ୍ଥିତି କଂଗ୍ରେସର ପୂର୍ବରୁ କେବେ ହୋଇ ନ ଥିଲା କହିଲେ ଚଳିବ। ଏଣେ ଏହି ନିର୍ବାଚନରେ ଏନ୍ଡିଏ ମେଣ୍ଟରେ ସରକାର ଗଢିବାକୁ ନିର୍ବାଚନ ରଣାଙ୍ଗନକୁ ଓଡ୍ଲାଇଥିବା ବିଜେପିକୁ ମିଳିଲା ବିପୁଳ ଜନ ସମର୍ଥନ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢି ଅପ୍ରତ୍ୟାଶିତ ବିଜୟ ଲାଭ କଲା।
୨୦୧୪ ନିର୍ବାଚନ ୯ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ୧୬ମେ ୨୦୧୪ରେ ଫଳାଫଳର ଘୋଷଣା ହେଲା। ୫୪୩ ଆସନରୁ ବିଜେପିକୁ ମିଳିଥିଲା ୨୮୨ ସିଟ୍। ପୂର୍ବ ନିର୍ବାଚନ(୧୫ତମ ଲୋକସଭା) ତୁଳନାରେ ଏହା ଥିଲା ବିଜେପି ପାଇଁ ଉତ୍କୃଷ୍ଟ ବିଜୟ। ଦଳର ନେତା ଭାବେ ୨୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି। ଦେଶର ୧୪ ତମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ପାଇଲା। ହେଲେ ଲୋକସଭା ବିରୋଧୀ ଦଳ ନେତା ଶୂନ୍ୟ ହୋଇଗଲା।
ୟୁପିଏ ନେତୃତ୍ୱ ନେଉଥିବା କଂଗ୍ରେସ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ହୋଇଥିଲା। ଯଦି ଏହି ସଂଖ୍ୟା ଅଧିକ ହୋଇଥାନ୍ତା, ହୂଏତ କଂଗ୍ରେସ ବିରୋଧୀ ଦଳ ନେତା ଲୋକସଭାକୁ ଦେଇ ପାରିଥାନ୍ତା। ହେଲେ କଂଗ୍ରେସ ତଳକୁ ସର୍ବାଧିକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏଆଇଏଡିଏମ୍କେ ୩୭ ସିଟ୍ରେ ରହିଥିବାରୁ ଏହାର ନେତା ମଲ୍ଲିକାର୍ଜନ ଖାଡଗେଙ୍କୁ ଗୃହରେ ଜାତୀୟ କଂଗ୍ରେସ ନେତା ଭାବେ ଅବସ୍ଥାପିତ କଲା।
from Odisha Reporter https://ift.tt/2OtkfVR
No comments:
Post a Comment