
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଲ ଛାଡ଼ି ଶଙ୍ଖ ଫୁଙ୍କିଲେ ସୁବାସ ଚୌହ୍ୱାନ। ଟିକେଟ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ସୁବାସ ଚୌହ୍ୱାନ ନବୀନ ନିବାସରେ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।
ସେ କହିଛନ୍ତି,“ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେଡିରେ ସାମିଲ ହେବା ପାଇଁ କୌଣସି ସର୍ତ୍ତ ରଖି ନାହିଁ।”
ସେ ଆହୁରି କହିଛନ୍ତି,“ କୁରୁକ୍ଷେତ୍ରର ଲଢ଼େଇ ଆରମ୍ଭ ହୋଇସାରିଛି। ମୁଁ ଗୋଟିଏ ଯୋଦ୍ଧା ହୋଇଥିବାରୁ ଗୋଟିଏ ପକ୍ଷ ନିଶ୍ଚିତ କରିଛି। ସେଥିପାଇଁ ମୁଁ ଏଠାକୁ ଆସିଛି। ଅଧର୍ମ ଓ ଅହଂକାର ବିରୋଧରେ ଲଢ଼େଇ ଜାରି ରହିବ। ୨୦୧୯ରେ କୌଣସି ନିର୍ବାଚନ ଲଢ଼ିବି ନାହିଁ। ଆରଏସ୍ଏସ୍ରେ ଅଛି ଏବଂ ରହିବି।”
from Odisha Reporter https://ift.tt/2OrDdvY
No comments:
Post a Comment