ବିଜେପିକୁ ଅରୁଣାଚଳ ଝଟ୍‌କା, ଏନ୍‌ପିପି ଗଲେ ୨୫ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ବିଜେପିକୁ ଅରୁଣାଚଳ ଝଟ୍‌କା, ଏନ୍‌ପିପି ଗଲେ ୨୫ ନେତା

ଇଟାନଗର: ସାଧାରଣ ନିର୍ବାଚନର ଠିକ୍‌ ମାସେ ପୂର୍ବରୁ୨ ଜଣ ମନ୍ତ୍ରୀ ଏବଂ ୬ ଜଣ ବିଧାୟକଙ୍କ ସମେତ ୨୫ ଜଣ ବିଜେପି ନେତା ଦଳ ଛାଡ଼ି ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)ରେ ଯୋଗ ଦେଇଛନ୍ତି। ସେମାନ ଯୋଗଦେଇଥିବା ଏନ୍‌ପିପି ବର୍ତ୍ତମାନ କ୍ଷମତାରେ ଅଛି ଏବଂ ଏହାର ନେତା କନ୍ରାଡ୍‌ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ସୂଚନାଯୋଗ୍ୟ ଯେ, ଅରୁଣାଚଳ ପ୍ରଦେଶରେ ଲୋକସଭା ଏବଂ ବିଧାନସଭା ପାଇଁ ଏକା ସାଥିରେ ଭୋଟ୍‌ ଗ୍ରହଣ ହେବ।

ବର୍ତ୍ତମାନ କ୍ୟାବିନେଟ୍‌ରେ ଥିବା ଗୃହ ମନ୍ତ୍ରୀ କୁମାର ୱାଇ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜାରକାର ଗାମ୍‌ଲିନ୍‌ଙ୍କ ସମେତ ୬ ଜଣଙ୍କୁ ବିଜେପି ଟିକେଟ୍‌ ମିଳିନଥିଲା। ୱାଇଙ୍କ କହିବା ଅନୁଯାୟୀ, ବିଜେପି ନିଜର ମିଛ ପ୍ରତିଶ୍ରୁତି ପାଇଁ ନିଜର ପୂର୍ବ ଗାରିମା ହରାଇଛି। ସେ କହିଛନ୍ତି, ଆମେ କେବଳ ନିର୍ବାଚଦନ ଲଢ଼ିବୁନି ଅରୁଣାଚଳରେ ଏନ୍‌ପିପି ସରକାର କରିବୁ।

୮ଜଣ ବିଜେପି ବିଧାୟକଙ୍କ ବ୍ୟତୀତ ପିପୁଲ୍ସ ପାର୍ଟି ଅଫ୍‌ ଇଣ୍ଡିଆର ଜଣେ ବିଧାୟକ ମଧ୍ୟ ଏନ୍‌ପିପିରେ ଯୋଗ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ମେଘାଳୟରେ ବିଜେପି ଏବଂ ଏନ୍‌ପିପି ମେଣ୍ଟ ସରକାରରେ ଅଛନ୍ତି। କିନ୍ତୁ ଅରୁଣାଚଳରେ ଏନ୍‌ପିପି ଏକାକୀ ଲଢ଼ିବ ଏବଂ ୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବ। ଏନେଇ ଏନ୍‌ପିପି ସାଧାରଣ ସମ୍ପାଦକ ଥୋମାସ ସାଙ୍ଗମା କହିଛନ୍ତି, ଆମେ ବୁଧବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିବୁ।

ଅନ୍ୟପକ୍ଷରେ ଦଳର ମୁଖପାତ୍ର ମିଟ୍‌ଚୁ ମିଠି କହିଛନ୍ତି, ଅମା ନିର୍ବାଚନ ପରେ ଆବଶ୍ୟକତା ପଡ଼ିଲେ ମେଣ୍ଟ କରିପାରୁ।ଏନ୍‌ପିପି ବିଜେପି ନେତୃତ୍ୱରେ ଗଠିତ ନର୍ଥ ଇଷ୍ଟ ଡେମୋକ୍ରାଟିକ୍ ଆଲୟାନ୍ସ (ନେଡା) ସଦସ୍ୟ ରହିଛି।



from Odisha Reporter https://ift.tt/2Jmhjv4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages