
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଅଜବ ବୟାନ୍ ପାଇଁ ସର୍ବଦା ଚର୍ଚ୍ଚିତ ରହୁଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିର୍ବାଚନୀ ମହୋଲକୁ ପୁଣି ସରଗରମ୍ କରିଛନ୍ତି। ୨ ଦିନ ତଳେ ଦିଲ୍ଲୀରୁ ଫେରିବା ପରେ ଡା. ରାଉତ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତକାଲି ଏ ପ୍ରସଙ୍ଗରେ ତାଙ୍କୁ ପଚରାଯିବାରୁ ସେ କିଛି ସ୍ପଷ୍ଟ କରି ନ ଥିଲେ ମଧ୍ୟ ବିଜେପି ପଟକୁ ଢଳଳୁଥିବା ତାଙ୍କ କଥାରୁ ଲାଗୁଥିଲା।
ହେଲେ ଆଜି ଡାକ୍ତର ରାଉତ ଯାହା କହିଛନ୍ତି ସେଥିରୁ ଜଣାପଡୁଛି ସେ ବିଜେପିରେ ମିଶିବା ବୋଧହୁଏ ଏକରକମ ସ୍ପଷ୍ଟ। ଦାମବାବୁ ଆଜି ନିର୍ବାଚନ ପ୍ରସଙ୍ଗରେ
ପ୍ରତିକ୍ରିୟା ରଖି କହିଛନ୍ତି- “ପାରାଦୀପର ଲୁଣି ପାଣିରେ ପଦ୍ମ ଫୁଟି ପାରିବ ।”
ପୂର୍ବରୁ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରୁଥିବା ଦାମ ଏବେ ବିଜେପି ପଟେ ଲଢିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ତେବେ କେଉଁ ଦଳରେ ଦାମ ମିଶିବେ ସେ ନେଇ ନିଷ୍ପତ୍ତି ଅମୀମାଂସିତ ରହିଥିବା ସେ କୁହନ୍ତି। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତି, ଭଷ୍ଟ୍ରଚାର, କୁଶାସନ ଜନମାନସକୁ ଖିନ୍ଭିନ୍ କରିଛି । ଏଣୁ ବିଜେଡି ବିରୋଧରେ ଏବେ ଲଢ଼େଇ କରିବାର ସମୟ ଆସିଛ ବୋଲି ସେ କୁହନ୍ତି। ତେଣୁ ଏନେଇ ସେ ବିଜେପି ଏବଂ କଂଗ୍ରେସର ରାଜ୍ୟସ୍ତରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରୁ ଦୁର୍ନୀତି, ଭଷ୍ଟ୍ରାଚାରକୁ ହଟାଇବା ପାଇଁ ଯେଉଁ ଦଳ ସାହାର୍ଯ୍ୟ କରିବ ସେଥିରେ ମିଶିବା ପାଇଁ କୌଣସି ଆପତ୍ତି ନାହିଁ ବୋଲି ଦାମ କହିଛନ୍ତି। ସେପଟେ ଦାମୋଦରଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ।
from Odisha Reporter https://ift.tt/2TFV1Zc
No comments:
Post a Comment