ଏହି ରାଜ୍ୟରେ ବ୍ୟାନ୍ ହେଲା PUBG - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଏହି ରାଜ୍ୟରେ ବ୍ୟାନ୍ ହେଲା PUBG

ନୂଆଦିଲ୍ଲୀ: ଏବେ ଗୁଜରାଟରେ ଆଉ କେହି ଖେଳି ପାରିବେନି PUBG। କାରଣ ଗୁଜରାଟ ସରକାର ସମସ୍ତ ଜିଲ୍ଲା ପ୍ରଶାସକଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।  ରାଜ୍ୟର ସମସ୍ତ ସ୍କୁଲ ପରିସରରେ ଏହି ମୋବାଇଲ ଗେମ୍‌ PUBGକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ବ୍ୟାନର ମୁଖ୍ୟ କାରଣ ଥିଲା ଏହି ଗେମ୍ ପିଲାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହାବ୍ୟତୀତ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି।

ଏବେ ରାଜକୋଟ୍‌ ସିଟି ପୁଲିସ ଟ୍ୱିଟରରେ ଘୋଷଣା କରିଛନ୍ତି ଯେ, ଏବେ ୧୦ମ ଓ +2ର ବୋର୍ଡ଼ ପରୀକ୍ଷା ଚାଲୁଥିବାରୁ ମାର୍ଚ୍ଚ ୯ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସହରରେ PUBG ମୋବାଇଲ ଗେମ୍ ପୁରା ବନ୍ଦ ରହିବ।  ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଉଲ୍ଲଘଂନ କରନ୍ତି ତେବେ ତାଙ୍କୁ ରାଜକୋଟ ସିଟି ପୁଲିସ୍‌ ଅଧିନିୟମ ୧୯୭୩ର ଧାରା ୧୪୪ ଓ ଗୁଜରାଟ ପୁଲିସ ଅଧିନିୟମ ଧାରା ୩୭(୩) ଅନୁଯାୟୀ ତଦନ୍ତର ସାମ୍ନା କରିବାକୁ ପଡ଼ିବ। ଏପରିକି ସୁରଟ  ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ୯ରୁ ଏହି ଗେମ୍‌ ଉପରେ ପ୍ରତିବନ୍ଧକ ଲାଗୁ କରିଛି।  ଟିନଏଜ୍‌ ସୁସାଇଡ୍‌ ଗେମ୍‌ ‘ମୋମୋ ଚ୍ୟାଲେଞ୍ଜ ଉପରେ ମଧ୍ୟ ରାଜକୋଟ୍ ପୁଲିସ ପ୍ରତିବନ୍ଧକ ଲଗାଇଛି।’

ସୂଚନା ଥାଉ କି, ୨୦୧୮ର ଶେଷ ସୁଦ୍ଧା PUBG ମୋବାଇଲ ଗେମ୍‌ ଖେଳି  ୧୨୦ରୁ ଅଧିକ ଯୁବକ ପ୍ରଭାବିତ ହୋଇଥିଲେ। ସେମାନଙ୍କୁ ବେଙ୍ଗାଲୁରୁର NIMHANS(ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋ ସାଇନ୍ସ)ରେ SHUT(ସର୍ଭିସେସ୍ ଫର୍ ହେଲ୍ଦି ୟୁଜ୍ ଫ୍‌ ଟେକ୍ନୋଲୋଜି) କ୍ଲିନିକ୍‌ରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 



from Odisha Reporter https://ift.tt/2u8c3Rz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages