
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି। ଏନେଇ ଦଳ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ଖରିଆର ରୋଡ୍ ନିକଟରେ ଢୋଲକିଆ ଏକ ନିର୍ବାଚନ ରାଲିରେ ଯାଉଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ଆସୁଥିବା ଲୋକଙ୍କୁ ସେ ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି` । ଦିନ ଦ୍ୱିପ୍ରହରେ ଭୋଟରମାନଙ୍କୁ ଢୋଲକିଆ ଏଭଳି ଖୋଲାଖୋଲି ଟଙ୍କା ବାଣ୍ଟିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିଜେପି କହିଛି। ଏନେଇ ଗଣମାଧ୍ୟମ ରିପୋର୍ଟ ସହ ଭିଡିଓ ସିଡି ପ୍ରଦାନ କରିଛି ବିଜେପି।
ସେହିପରି ଏହି ରାଲିରେ ଢୋଲକିଆଙ୍କ ସମର୍ଥକ ଟିଟୁ ପଣ୍ଡା ଖୋଲାଖୋଲି ବିଜେପି କର୍ମୀଙ୍କୁ ଚେତାବନୀ ଦେଉଥିବା ଦଳ ଅଭିଯୋଗ କରିଛି। ସେହିପରି ଭୋଟ ନଦେଲେ ମାଡ଼ ମାରିବାକୁ ଟିଟୁ ପଣ୍ଡା ଧମକ ଦେବା ଦୃଶ୍ୟ ଥିବା ଭିଡିଓ ସାଧାରଣରେ ଘୁରି ବୁଲଥିବା ବିଜେପି ଅଭିଯୋଗ କରିଛି। ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବାରୁ ପ୍ରାର୍ଥୀ ଢୋଲକିଆ ଏବଂ ଟିଟୁ ପଣ୍ଡାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରାଯାଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରିଟର୍ଣ୍ଣିଂ ଅଫିସର ଉଭୟଙ୍କ ନାଁରେ ମାମଲା ରୁଜୁ କରନ୍ତୁ ବୋଲି ଦାବି କରିଛି ବିଜେପି। ସେପଟ ନିଜ ସଫେଇରେ ଢୋଲକିଆ କହିଛନ୍ତି, ସେ ଦରିଦ୍ର ନାରାୟଣ ସେବା ପାଇଁ ଟଙ୍କା ବାଣ୍ଟୁଥିଲେ।
ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ, ଆଇନଜୀବୀ ଜୟନ୍ତ ଜେନା, ଅନିଲ କୁମାର ଶତପଥୀ, ସତ୍ୟବ୍ରତ ନାୟକ, ବିଜୟ କୁମାର ସିଂ, ତପନ ନାୟକ ଏବଂ ଶୋଭନ ଦାଶ ପ୍ରମୁଖ ସାମିଲ ଥିଲେ।
from Odisha Reporter https://ift.tt/2WgVRcK
No comments:
Post a Comment