୨୨ ପେଟି କଫ୍ ସିରପ ଜବତ, ୫ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

୨୨ ପେଟି କଫ୍ ସିରପ ଜବତ, ୫ ଅଟକ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଭୋର ସମୟରେ ପୁଲିସ ବଲାଙ୍ଗିର ରେଲୱେ ଷ୍ଟେସନରେ ଚଢ଼ଉ କରି ୨୨ ପେଟି ଏକ୍ସକଫ କମ୍ପାନୀର କଫ୍‌ ସିରପ୍ ଜବତ କରିଛି। ଏଥି ସହିତ ଏକ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍ ଓ ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ପୁଲିସ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ପିକଅପ ଭ୍ୟାନଟି ଭୁବନେଶ୍ୱର ଓ ସ୍କର୍ପିଓ ବଲାଙ୍ଗିରର ହୋଇଥିବା ଜଣାପଡ଼ିଛି। ଏତେ ପରିମାଣର କଫ୍‌ ସିରପ୍ କେଉଁଠୁ କେଉଁଠିକୁ ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ଏହାର ମାଷ୍ଟରମାଇଣ୍ଡ କିଏ ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କଫ ଓ କାଶ ରୋଗ ପାଇଁ ଏହି କଫ୍‌ ସିରପ୍ ଔଷଧ ଭାବେ ବ୍ୟବହାର ହେବା କଥା। କିନ୍ତୁ ଏହାକୁ ନିଶାଡ଼ିମାନେ ନିଶା ହେବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି।



from Odisha Reporter https://ift.tt/2TO1OB9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages