ଜାଣନ୍ତୁ କେମିତି ତିଆରି ହୁଏ ‘କୋକୋନଟ୍ ରାଇସ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଜାଣନ୍ତୁ କେମିତି ତିଆରି ହୁଏ ‘କୋକୋନଟ୍ ରାଇସ୍’

ଆବଶ୍ୟକ ସାମଗ୍ରୀ- ବାସୁମତୀ ଚାଉଳ, ଟମାଟୋ, ନଡ଼ିଆ କୋରା, ବଟର, ଘିଅ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା, ଲବଙ୍ଗ, ଗୁଜୁରାତି, ଢ଼ାଲିଚିନି, ର୍ଭୁସୁଙ୍ଗ ପତ୍ର, ପିଆଜ, କାଜୁ, ବାଦାମ, ଅଦା, ଜିରା, ଧନିଆ, ଚିନି, ଲେମ୍ବୁ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚାଉଳକୁ ପାଣିରେ ଫୁଟାଇ ଦରସିଝା ଭାତ କରନ୍ତୁ। ଏହା ଯେପରି ଗୋଟା ଗୋଟା ରହିବ ସେଥିପ୍ରତି ଦୃଷ୍ଟି ଦେବେ। ଏବେ କଡ଼େଇରେ ବଟର ଗରମ କରି ଭାତ, ଚିନି ଓ ଲୁଣ ପକାଇ ଅଳ୍ପ ଆଞ୍ଚରେ ରଖନ୍ତୁ। ଏବେ ଆଉ ଏକ କଡ଼େଇରେ ଘିଅ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହୋଇ ଆସିଲେ ଏଥିରେ ଜିରା, ଅଦା, କାଜୁ ଓ ଟମାଟୋ ବଟାକୁ ପକାଇ କିଛି ସମୟ ଭାଜନ୍ତୁ।

ମସଲା କଷି ହୋଇଗଲେ ଏହି କଷା ମସଲାରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଅଳ୍ପ ଘିଅ ଗରମ କରି ଲବଙ୍ଗ, ଗୁଜୁରାତି, ଢ଼ାଲିଚିନି, ଭୂସୁଙ୍ଗା ପତ୍ର ପକାନ୍ତୁ ଆଉ କିଛି ସମୟ ଭାଜନ୍ତୁ। ଏହାପରେ ଗ୍ରାଇଣ୍ଡି ହୋଇଥିବା କଷା ମସଲାକୁ ପକାଇ ଅଳ୍ପ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ଦେଇ କଷନ୍ତୁ।

ମସଲା ସମ୍ପୂର୍ଣ୍ଣ ଭାବେ କଷି ହୋଇଗଲେ ଗରମ ହୋଇଥିବା ଭାତକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଉପରେ ନଡ଼ିଆ କୋରା ଓ ଲେମ୍ବୁ ରସ ଚିପୁଡ଼ି ଏହାକୁ କିଛି ସମୟ ପାଇଁ ଘୋଡ଼ାଇ କମ୍‌ ଆଞ୍ଚରେ ବସାନ୍ତୁ। ଭାତ ପୁରା ହୋଇଗଲେ ଏହାକୁ ଚୁଲିରୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ  ହୋଇଗଲା ଆପଣଙ୍କର ‘କୋକୋନଟ୍ ରାଇସ୍’।

 



from Odisha Reporter https://ift.tt/2CF9pqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages