ପ୍ରଧାନମନ୍ତ୍ରୀଙ୍କ ମିଶନ ଶକ୍ତି ଉଦବୋଧନକୁ କ୍ଲିନ୍ ଚିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ପ୍ରଧାନମନ୍ତ୍ରୀଙ୍କ ମିଶନ ଶକ୍ତି ଉଦବୋଧନକୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ:  ବୁଧବାର ଦେଶବାସୀଙ୍କୁ ମିଶନ ଶକ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଉଦବୋଧନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ। ନିର୍ବାଚନ କମିଶନଙ୍କ ନିକଟରେ ବିରୋଧୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣଥିଲେ। ଏହାପରେ ତଦନ୍ତ ପାଇଁ ଗଠିତ ହୋଇଥିବା ଟିମ୍ ତଦନ୍ତ କରି ଏହା କହିଛି। ପ୍ରଧାନମନ୍ତ୍ରୀ ଉଦବୋଧନ ଦେବା ବେଳେ କୌଣସି ଦଳ କିମ୍ବା ଭୋଟ ପାଇଁ ପ୍ରଚାର କରୁନଥିବା ତଦନ୍ତ କମିଟି ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ବୁଧବାର ଦିନ ଡିଆରଡିଓର ବୈଜ୍ଞାନିକମାନେ ନିର୍ମାଣ କରିଥିବା ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ସକ୍ରିୟ ସ୍ୟାଟେଲାଇଟକୁ ନଷ୍ଟ କରିଦେଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଘୋଷଣା କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ସହଜରେ ଗ୍ରହଣ କରିପାରିନଥିଲେ।

ଏମିତିକି ଏ ବାବଦରେ ପୂର୍ବତନ ନିର୍ବାଚନ କମିଶିନ ମଧ୍ଯ ନିଜ ପ୍ରତିକ୍ରିୟାରେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଆଚରଣ ବିଧି ଉଲ୍ଲଂଘନ କରୁ ନାହିଁ।



from Odisha Reporter https://ift.tt/2U4F2oJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages