ଟିମ୍ ଇଣ୍ଡିଆ କୋଚ୍ ପଦବୀ ପାଇଁ ବାହାରିବ ବିଜ୍ଞପ୍ତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଟିମ୍ ଇଣ୍ଡିଆ କୋଚ୍ ପଦବୀ ପାଇଁ ବାହାରିବ ବିଜ୍ଞପ୍ତି!

ନୂଆଦିଲ୍ଲୀ: ପାଖେଇ ଆସୁଛି ବିଶ୍ୱକପ। ଏହାସହ ପ୍ରଶ୍ନ ଉଠିବାରେ ଲାଗିଛି ଯେ, କୋଚ୍ ରବି ଶାସ୍ତ୍ରୀ ଓ ସହଯୋଗୀ ଷ୍ଟାଫଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯିବ କି ନାହିଁ। ଜୁଲାଇ, ୨୦୧୭ରେ ଶାସ୍ତ୍ରୀଙ୍କୁ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ଚଳିତ ବର୍ଷ ବିଶ୍ୱକପ୍ ପରେ ତାଙ୍କ ଚୁକ୍ତି ଶେଷ ହୋଇଯିବ।

କ୍ରିକ୍ଇନଫୋ ଅନୁଯାୟୀ, ବିସିସିଆଇ କୋଚ୍ ପଦ ପାଇଁ ଶୀଘ୍ର ବିଜ୍ଞପ୍ତି ବାହାର କରିପାରେ। ଏଥିପାଇଁ ଇଣ୍ଟରଭ୍ୟୁ ପ୍ରକ୍ରିୟା ବିଶ୍ୱକପର ଦୁଇ ସପ୍ତାହ ପରେ କରାଯାଇପାରେ । ତେତେ ଆହୁରି ମଧ୍ୟ ଖବର ମିଳିଛି ଯେ, ଶାସ୍ତ୍ରୀଙ୍କ କାର୍ଯ୍ୟକାଳକୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିସିସିଆଇ ତା’ର ଚୟନ ପ୍ରକ୍ରିୟାରେ ନିରନ୍ତରତା ବଜାୟ ରଖିବା ପାଇଁ ଶାସ୍ତ୍ରୀଙ୍କ କାର୍ଯ୍ୟକାଳକୁ ସାମାନ୍ୟ ବଢାଇବ ବୋଲି ସୂଚନା ମିଳିଛି।

ଏଭଳି ସ୍ଥିତିରେ ବର୍ତ୍ତମାନ କୋଚିଂ ଷ୍ଟାଫ ଯଥା ସଞ୍ଜୟ ବାଙ୍ଗର, ଭରତ ଅରୁଣ, ଏସ୍ ଶ୍ରୀଧର ଓ ରବି ଶାସ୍ତ୍ରୀ ଏହି ପ୍ରକ୍ରିୟାରେ ସାମିଲ ହେବେ। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ କୋଚିଂ ଷ୍ଟାଫଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ବିଶ୍ୱକପ୍ ପରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ ଖେଳିବ। ଏଥିରେ ଭାରତ ଦୁଇ ଟେଷ୍ଟ, ୩ ଦିନିକିଆ ଏବଂ ୩ ଟି-୨୦ ମ୍ୟାଚ୍ ଖେଳିବ।

ଜୁଲାଇ, ୨୦୧୭ରେ ଯେତେବେଳେ ଶାସ୍ତ୍ରୀଙ୍କୁ କୋଚ୍ ଭାବେ ନିଯୁକ୍ତ କରାଗଲା, ସେହି ସମୟରେ କୁମ୍ବଲେଙ୍କୁ ଚୂଡ଼ାନ୍ତ ତାଲିକାରେ ସିଧାସଳଖ ପ୍ରବେଶ ମିଳିଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) କହିଥିଲା। ଏହା ସତ୍ତ୍ବେ କୁମ୍ବଲେ ପୁନର୍ବାର ଆବେଦନ କରିଥିଲେ। ସିଏଓ କହିଥିଲା, କୁମ୍ବଲେ ସେମାନଙ୍କର ପ୍ରଥମ ପସନ୍ଦ, କିନ୍ତୁ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।

କୁମ୍ବଲେଙ୍କ କାର୍ଯ୍ୟଶୈଳୀକୁ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଆଦୌ ପସନ୍ଦ କରୁନଥିଲେ। କୁମ୍ବଲେଙ୍କ କୋଚ୍ ହେବା ନେଇ କୋହଲି ଚାହୁଁନଥିଲେ। ଭାରତୀୟ ଟିମର କୋଚ୍ ପଦ ପାଇଁ ୫ଜଣଙ୍କ ନାମ ସାମ୍ନାକୁ ଆସିଥିଲା ଏବଂ ଶାସ୍ତ୍ରୀଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ଏହି ତାଲିକାରେ ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ସାମିଲ ଥିଲେ। ଶାସ୍ତ୍ରୀଙ୍କ ଉପସ୍ଥିତିରେ ଟିମ ଇଣ୍ଡିଆ ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଥିଲା ଏବଂ ନିକଟରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ହାସଲ କରିଥିଲା।



from Odisha Reporter https://ift.tt/2JAfoDw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages