୨୦ ବର୍ଷ ପରେ ପୁଣି ୧୦୦ ଅରବ ଡଲାର କ୍ଲବରେ ବିଲ ଗେଟସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

୨୦ ବର୍ଷ ପରେ ପୁଣି ୧୦୦ ଅରବ ଡଲାର କ୍ଲବରେ ବିଲ ଗେଟସ

ନୂଆଦିଲ୍ଲୀ: ୧୯୯୯ ମସିହା ପରେ ଦ୍ବିତୀୟ ଥର ପାଇଁ ୧୦୦ ଅରବ ଡଲାର କ୍ଲବରେ ସାମିଲ ହୋଇଛନ୍ତି ସଫ୍ଟୱେର ଜ୍ଯାଣ୍ଟ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଏବେ ୧୦୦ ଅରବ ଡ଼ଲାର(୬.୯୦ ଲକ୍ଷ କୋଟି) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସାରା ବିଶ୍ଵରେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଓ ବିଲ ଗେଟସ ଏହି ୧୦୦ ଅରବ ଡଲାର କ୍ଲବରେ ଅଛନ୍ତି।

ବ୍ଲୁମବର୍ଗ ଇଣ୍ଡେକ୍ସ ସୂଚନା ଅନୁସାରେ ଆମାଜନର ସଂସ୍ଥାପକ ତଥା ସିଇଓ ଜେଫ ବେଜୋସଙ୍କର(୫୫) ମୋଟ ସମ୍ପତ୍ତି ୧୪୬ ଅରବ ଡ଼ଲାର (୧୦.୦୭ ଲକ୍ଷ କୋଟି) ଅଟେ। ଏବଂ ସାରା ବିଶ୍ବରେ ଏବେ ସେ ଧନୀ ତାଲିକାରେ ସେ ଶୀର୍ଷରେ ଅଛନ୍ତି। ବିଲ ଗେଟସ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

୧୯୯୯ ମସିହାରେ ବିଲ ଗେଟସ ଯେତେବେଳେ ୧୦୦ ଅରବ ଡ଼ଲାର କ୍ଲବରେ ଥିଲେ ସେତେବେଳେ ବେଜୋସଙ୍କ ମୋଟ ସମ୍ପତ୍ତି ୮.୯ ଅରବ ଡ଼ଲାର ଥିଲା। ବିଲ ଗେଟସ ନିଡର ଏନଜିଓ ବିଲ୍ ଏବଂ ମେଲିଣ୍ଡା ଗେଟସ ଜରିଆରେ ଏବେ ସୁଦ୍ଧା ୩୫ ଅରବ ଡଲାର ଦାନ ଦେଇଥିବା ଜଣାପଡ଼ିଛି। ସେପଟେ ବେଜୋସ ମଧ୍ୟ ଗତବର୍ଷ ଏନଜିଓ ଜରିଆରେ ଦାନ କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ୨୦୧୮ରେ ବେଜୋସ ୨ ଅରବ ଡ଼ଲାର ଦାନ କରିଥିବା ଜଣାପଡ଼ିଛି।

ସେପଟେ ବେଜୋସ ନିଜ ପତ୍ନୀ ମୋକେଁଜିଙ୍କୁ ଛାଡ଼ପତ୍ର ଦେଇଛନ୍ତି। ତେଣୁ ୱାଶିଂଟନର ଆଇନ ଅନୁସାରେ ବିବାହ ପରେ ଅଧାସମ୍ପତ୍ତି ପତ୍ନୀର। ତେଣୁ ଛାଡ଼ପତ୍ର ହୋଇଥିବାରୁ ମୋକେଁଜିଙ୍କୁ ବେଜୋସଙ୍କ ସମ୍ପତ୍ତିର ଅଧା ମିଳିବ। ଅର୍ଥାତ୍ 73 ଅରବ ଡ଼ଲାର ସମ୍ପତ୍ତି ହେବ ମୋକେଁଜିଙ୍କର। ଏପରି ହେଲେ ମୋକେଁଜି ବିଶ୍ଵର ସବୁଠାରୁ ଧନୀ ମହିଳା ହେବେ ବୋଲି ଜଣାପଡ଼ିଛି। ଏବେ ୱାଲମାର୍ଟର ଉତ୍ତରାଧିକାରୀ ଏଲାଇସ ୱାଲଟନ ୪୬୦୦ କୋଟି ଡ଼ଲାର ସହ ବିଶ୍ବର ସବୁଠୁ ଧନୀ ମହିଳା ତାଲିକାରେ ଥିବା ଜଣାପଡ଼ିଛି।

ତେବେ ଏସିଆ ମହାଦେଶରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତବର୍ଷ ଚୀନର ଆଲିବାବା ପ୍ରତିଷ୍ଠାତା ଜ୍ୟାକ ମାଙ୍କୁ ପଛରେ ପକାଇ ଶୀର୍ଷରେ ଅଛନ୍ତି। ବ୍ଲୁମବର୍ଗ ସୂଚକାଙ୍କ ଅନୁସାରେ ଏବେ ଅମ୍ବାନୀଙ୍କ ପାଖରେ ୫୫ ଅରବ ଡ଼ଲାର ଅର୍ଥାତ୍ ୩.୭୯ ଲକ୍ଷ କୋଟି ଥିବା ଜଣାପଡ଼ିଛି।



from Odisha Reporter https://ift.tt/2TXlZM5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages