
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଉତ୍ତରପ୍ରଦେଶରୁ ବିଜେପିର ପ୍ରଚାର ଆରମ୍ଭ କରିଛନ୍ତି। ସେ ଏହି ଅବସରରେ ସର୍ଜିକାଲ ଷ୍ଟ୍ରାଇକ୍କୁ ମୁଖ୍ୟ ପ୍ରସଙ୍ଗ କରି ତାଙ୍କ ସରକାରର ସଫଳତା ବଖାଣିଛନ୍ତି। ସେ କହିଛନ୍ତି, ତାଙ୍କ ସରକାର ସ୍ଥଳ, ଆକାଶ ଏବଂ ମହାକାଶ ୩ ମାର୍ଗରୁ ସର୍ଜିକାଲ ଷ୍ଟ୍ରାଇକ୍ କରିବାର ସାହସ ପ୍ରଦର୍ଶନ କରିଛି।
ବର୍ତ୍ତମାନ ଲଢ଼େଇ ଏକ ‘ନିଷ୍ପତ୍ତି ନେଇପାରୁଥିବା ସରକାର’ ଏବଂ ନିଷ୍ପତ୍ତି ନେଇପାରିନଥିବା ଅତୀତର ସରକାର ମଧ୍ୟରେ ଚାଲିଛି ବୋଲି ମୋଦି କହିଛନ୍ତି। ଗତକାଲି ମହାକାଶରେ ଏକ ସକ୍ରିୟ ସ୍ୟାଟେଲାଇଟ୍ ଉପରେ ମିସାଇଲ ମାଡ଼ କରି ଏହାକୁ ଧ୍ୱଂସ କରି ଭାରତ ତା’ର ମହାଶକ୍ତି ପ୍ରଦର୍ଶନ କରିଥିବା ବିଷୟରେ ସେ ଘୋଷଣା କରିଥିଲେ। ମିଶନ୍ ଶକ୍ତି ନାମକ ଏହି ଅପରେସନ୍ର ସଫଳତା ଭାରତକୁ ବିଶ୍ୱର ଚତୁର୍ଥ ମହାକାଶ ମହାଶକ୍ତିର ପରିଚୟ ଦେଇଛି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଗୋଟିଏ ପଟେ ଦେଶରେ ଜଣେ ଶକ୍ତିଶାଳୀ ଚୌକିଦାର ଅଛି, ଅନ୍ୟପକ୍ଷରେ ଅନେକ ସଂଖ୍ୟାରେ କଳୁଷିତ ଲୋକ ଅଛନ୍ତି। ଲୋକେ କାହାକୁ ଭୋଟ୍ ଦେବେ ନିଷ୍ପତ୍ତି ନେଇସାରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆରଏଲ୍ଡି ନେତା ଅଜିତ ସିଂହଙ୍କ ବାପା ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାଷଣ ଆରମ୍ଭ କରିଥିଲେ। ଆରଏଲ୍ଡି ବର୍ତ୍ତମାନ ଏସ୍ପି-ବିଏସ୍ପି ସହିତ ମେଣ୍ଟରେ ଅଛି।
from Odisha Reporter https://ift.tt/2HXZQqG
No comments:
Post a Comment