
ନୂଆଦିଲ୍ଲୀ: ଋଣ ନେଇ ଫେରାଉ ନଥିବା ଅଭିଯୋଗରେ ଫସିଥିବା ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ ୩ ମାସର ଜେଲଦଣ୍ଡରୁ ବର୍ତ୍ତି ଯାଇଛନ୍ତି। ସେ ଏରିକ୍ସନ ଠାରୁ ଆଣିଥିବା ଋଣ ବାବଦ ୪୬୨ କୋଟି ଟଙ୍କା ଆଜି ପୈଠ କରିଛନ୍ତି।
ସୁପ୍ରିମକୋର୍ଟ ଅନୀଲ ଅମ୍ବାନୀଙ୍କ ମାଲିକାନା ରେ ଚାଲିଥିବା ରିଲାଏନ୍ସ କମ୍ପ୍ୟୁନିକେସନକୁ ୧୯ ତାରିଖ ମଧ୍ୟରେ ଏହି ଅର୍ଥ ପୈଠ କରିବାକୁ କହିଥିଲେ। ଆଜି, ଅର୍ଥାତ ୧୮ ତାରିଖରେ ରିଲାଏନ୍ସ ୪୬୨ କୋଟି ଟଙ୍କା ଦେଇ ଅନୀଲ ଅମ୍ବାନୀଙ୍କୁ ଜେଲ୍ଦଣ୍ଡରୁ ରକ୍ଷା କରିଦେଇଛି।
from Odisha Reporter https://ift.tt/2Thqa13
No comments:
Post a Comment