୯ ବିଧାନସଭା ଆସନରେ ବାକି ରଖିଲେ ପ୍ରାର୍ଥୀଙ୍କ ନାଁ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

୯ ବିଧାନସଭା ଆସନରେ ବାକି ରଖିଲେ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ଆଜି ୯ଟି ଲୋକସଭା ଓ ୫୪ ବିଧାନସଭାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। କିନ୍ତୁ ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ହାରିଯିବାର ଭୟ ଯୋଗୁ ୯ଟି ବିଧାନସଭା ଆସନରେ କୌଣସି ନିଷ୍ପତ୍ତି ନେଇପାରିନି। ତା’ଛଡ଼ା ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କଥା କହି ଭୋଟ୍ ହାତେଇବାକୁ ଉଦ୍ୟମ କରିଥିବା ବିଜେଡି ଏପ୍ରିଲ ୧୧ ଓ ୧୮ ତାରିଖରେ ହେବାକୁ ଥିବା ଭୋଟ୍ ନିମନ୍ତେ ମାତ୍ର ୧୧ଜଣ ମହିଳାଙ୍କୁ ବିଧାନସଭା ମଇଦାନକୁ ଓହ୍ଲାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସିଟ୍ ଘୋଷଣାକୁ ଦେଖିଲେ ଏହି ସଂଖ୍ୟା ମାତ୍ର ୨୦ ପ୍ରତିଶତ ହୋଇଥିବାବେଳେ ମୋଟ ସିଟ୍ (୨ ପର୍ଯ୍ୟାୟ ଭୋଟ ପାଇଁ ୬୩ ବିଧାନସଭା ଆସନ)ର ୧୫% ହେବ।

ଦଳରେ ତୀବ୍ର ଗୋଷ୍ଠୀକନ୍ଦଳ, ପରାଜୟର ଆଶଙ୍କା ଓ ବିରୋଧୀ ଦଳର ହେଭିୱେଟଙ୍କୁ ଦୃଷ୍ଟିରେ ରଖି ବିଜେଡି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି। ଯେଉଁସବୁ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିନି ସେଥିରେ ପ୍ରଥମ ପର୍ଯ୍ୟାୟର ଲାଞ୍ଜିଗଡ଼, ଝରିଗାଁ, ପଟ୍ଟାଙ୍ଗୀ ଓ ମାଲକାନଗିରି ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟର ବ୍ରଜରାଜନଗର, ବୀରମିତ୍ରପୁର, ଲୋଇସିଂହା, ବଲାଙ୍ଗିର ଓ ଫୁଲବାଣୀ ବିଧାନସଭା ଆସନ ରହିଛି।

ଏହି ୯ଟି ଆସନ ମଧ୍ୟରୁ ୬ଟି ଏବେ ବିଜେଡି ଦଖଲରେ ରହିଛି। ବ୍ରଜରାଜନଗରରେ ବିଜେପିର ବିଧାୟିକା ରାଧାରାଣୀ ପଣ୍ଡା ଥିବାବେଳେ ସେଠାରେ ପ୍ରାର୍ଥୀ ହେବାକୁ କିଶୋର ମହାନ୍ତି ଓ ଅନୁପ ସାଏଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସେହିପରି ବୀରମିତ୍ରପୁର ଆସନରେ କଂଗ୍ରେସର ଜର୍ଜ ତିର୍କୀ ଥିବାରୁ ବିଜେଡି ସେଠାରେ କୌଣସି ପ୍ରାର୍ଥୀ ଚୂଡ଼ାନ୍ତ କରିନି। ବଲାଙ୍ଗିର ଆସନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଥିବାବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ସ୍ଥିର କରିପାରିନି। ସେଠାରେ ଏୟୁ ସିଂହଦେଓ ତାଙ୍କ ପୁଅ ଅର୍କେଶଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହୀ।

ସେହିପରି ଲାଞ୍ଜିଗଡ଼ରେ ବିଜେଡିର ବଳଭଦ୍ର ମାଝୀ, ଫୁଲବାଣୀରେ ଡୁଗୁନି କହଁର, ପଟ୍ଟାଙ୍ଗୀରେ ପ୍ରଫୁଲ୍ଲ ପାଙ୍ଗୀ, ମାଲକାନଗିରିରେ ମାନସ ମାଡ଼କାମୀ, ଝରିଗାଁରେ ରମେଶ ମାଝୀ(ଏବେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ) ପ୍ରତିନିଧିତ୍ୱ କରୁଛନ୍ତି। ଏସବୁ ଆସନରେ ବିଜେଡି କେବେ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2Y7iqC4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages