ଫ୍ରୀଜ୍‌ରେ ରଖନ୍ତୁ ନାହିଁ ଏହି ୮ଟି ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଫ୍ରୀଜ୍‌ରେ ରଖନ୍ତୁ ନାହିଁ ଏହି ୮ଟି ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବଜାରରୁ ଆଣିଥିବା ପ୍ରାୟ ସବୁ ଜିନିଷ ତାଜା ରହିବା ପାଇଁ ଫ୍ରୀଜ୍‌ରେ ରଖିଥାଉ। ଫ୍ରୀଜ୍‌ରେ ଏହା ଅଧିକା ଦିନ ତାଜା ମଧ୍ୟ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଫ୍ରୀଜ୍‌ରେ ରଖିବା ଖରାପ ହୋଇଥାଏ। ତେବେ ଜାଣନ୍ତୁ ଆପଣ କେଉଁ ସବୁ ଜିନିଷକୁ ଫ୍ରୀଜ୍‌ରେ ରଖିବା ଉଚିତ୍‌ ନୁହେଁ।

ସେଓ

ସମସ୍ତେ ପ୍ରାୟ ଫଳ ସବୁ କିଣି ଆଣିଲା ପରେ ଫ୍ରୀଜ୍‌ରେ ସାଇତିକି ରଖିଥାନ୍ତି। ସବୁ ଫଳ ମଧ୍ୟରୁ ଆମେ ସେଓ ମଧ୍ୟ ଫ୍ରୀଜ୍‌ରେ ହିଁ ରଖିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଫ୍ରୀଜ୍‌ରେ ସେଓ ରଖିବା ଉଚିତ ନୁହେଁ । ଆଉ ଯଦି ଆପଣ ଏହାକୁ ଫ୍ରୀଜ୍‌ରେ ରଖୁଛନ୍ତି ତାହାଲେ ଏହାକୁ କାଗଜରେ ଗୁଡ଼ାଇ ରଖନ୍ତୁ।

ଏହା ସହ ଆପଣ ମଞ୍ଜି ଥିବା ଫଳ ଫ୍ରୀଜ୍‌ରେ ରଖିବା ଉଚିତ ନୁହେଁ। ଚେରି ଇତ୍ୟାଦିକୁ ମଧ୍ୟ ଫ୍ରୀଜ୍‌ରେ ରଖିବା କଥା ନୁହେଁ। ଏହି ଫଳ ସବୁ ଥଣ୍ଡାରେ ରଖିଲେ ଏଥିରେ ଥିବା ଏନ୍‌ଜାଇମ୍‌ ସକ୍ରୀୟ ହୋଇଥାଏ। ଏବଂ ଏହା ଶୀଘ୍ର ପଚି ଯାଇଥାଏ।

ବ୍ରେଡ୍‌

ଅନେକ ଲୋକ ଫ୍ରୀଜ୍‌ରେ ବ୍ରେଡ୍‌ ରଖିଥାନ୍ତି। ଏହା ଖରାପ ହୋଇଯିବା ଡରରେ ଆମେ ଏହାକୁ ଫ୍ରୀଜ୍‌ରେ ରଖିଥାଉ। ତେବେ ଆପଣ ଅନୁମାନ କରିଥିବେ ଫ୍ରୀଜ୍‌ରେ ବ୍ରେଡ୍‌ ରଖିବା କାରଣରୁ ଏହା ଶୁଖି ଯାଇଥାଏ। ତେଣୁ ଏହାକୁ ଖାଇଲେ ଆମେ ସମସ୍ୟାରେ ପଡ଼ିବାର  ଆଶଙ୍କା ଥାଏ। ତେବେ ଆପଣ ଏହକୁ ଫ୍ରୀଜ୍‌ରେ ରଖନ୍ତୁ ନାହିଁ।

ମହୁ

ଏହା ଅଧିକା ଦିନ ବାହାରେ ରହିଲେ ଖରାପ ହେଇଯିବ ବୋଲି ଭାବି ଆମେ ଫ୍ରୀଜ୍‌ରେ ରଖିଥାଉ। ଯଦି ଆପଣ ଏହାକୁ ଫ୍ରୀଜ୍‌ରେ ରଖୁଛନ୍ତି ତାହାଲେ ଆପଣ ଦେଖିଥିବେ ଏଥିରେ ଛୋଟ ଛୋଟ ବଲ୍‌ ପରି ହୋଇଯାଇଥାଏ। ଯାହା ଦ୍ୱାରା ମହୁ  ଶୀଘ୍ର ଖରାପ ହୋଇଯାଇଥାଏ।

ଅଲିଭ୍‌ ଅଏଲ୍‌

କମ୍‌ ତାପମାତ୍ରାରେ ଏହାକୁ ଫ୍ରୀଜ୍‌ରେ ରଖିବା ଯୋଗୁ ଏହା ଗାଢ଼ା ହୋଇଯାଇଥାଏ। ଆଉ ଏହା ଖରାପ  ହୋଇଯିବାର ମଧ୍ୟ ଅନେକ ଆଶଙ୍କା ଥାଏ। ତେଣୁ ଏହାକୁ ଆପଣ ଫ୍ରିଜ୍‌ରେ ନ ରଖି ବାହାର ତାପମାତ୍ରାରେ ହିଁ ରଖନ୍ତୁ।

ପିଆଜ

 

ପିଆଜକୁ ସବୁବେଳେ ସାଧାରଣ ତାପମାତ୍ରାରେ ରଖିବା ଆବଶ୍ୟକ। ପିଆଜକୁ ଫ୍ରୀଜ୍‌ରେ ରଖିବା ଯୋଗୁ ଏହା ନରମ ହୋଇଯାଇ ଥାଏ। ଯାହା ଦ୍ୱାରା ଏହା ଖରାପ ହୋଇଯିବାର ଅଧିକା ଆଶଙ୍କା ଥାଏ।

ଆଳୁ

ଆଳୁକୁ ଫ୍ରୀଜ୍‌ରେ ରଖିବା ଉଚିତ ନୁହେଁ। ଏହା  ଶୀଘ୍ର ଖରାପ  ହୋଇଯିବାର ଅଧିକା ସମ୍ଭାବନା ଥାଏ। ତେଣୁ ଆପଣ ଏହାକୁ  ବାହାରେ କାଗଜର ବ୍ୟାଗ୍‌ରେ ରଖିଲେ ଏହା ଭଲ ରହିବ।

ଆଚାର

ଆଚାରରେ ଭିନେଗାର ମିଶା ଯାଇଥାଏ। ତେଣୁ ଏହାକୁ ଆପଣ ଫ୍ରୀଜ୍‌ରେ ରଖିବା ଯୋଗୁ ଫ୍ରୀଜ୍‌ରେ ଥିବା ଅନ୍ୟ ସବୁ ଜିନିଷ ମଧ୍ୟ ଖରାପ ହେଇ ଯିବାର ଅଧିକା ଆଶଙ୍କା ଥାଏ। ତେଣୁ ଏହାକୁ ସାଧାରଣ ତାପମାତ୍ରାରେ ରଖନ୍ତୁ। ଏହା ଅନେକ ଦିନ ପର୍ଯ୍ୟନ୍ତ ତାଜା ରହିବ।

କଦଳୀ

କଦଳୀକୁ କେବେ ମଧ୍ୟ ଫ୍ରୀଜ୍‌ରେ ରଖିବା ଭୁଲ୍‌ କରନ୍ତୁ ନାହିଁ। କାରଣ ଏଥିରୁ ଏଥାଇଲିନ୍‌ ନାମକ ଗ୍ୟାସ୍‌ ବାହାରିଥାଏ। ଯାହା ଫ୍ରୀଜ୍‌ରେ ରହିଥିବା ଅନ୍ୟ ସବୁ ଫଳକୁ ମଧ୍ୟ ଶୀଘ୍ର ପଚାଇ ଦେଇଥାଏ। ତେଣୁ ଏହାକୁ ଫ୍ରୀଜ୍‌ରେ ନ ରଖିବା ଭଲ।



from Odisha Reporter https://ift.tt/2HVOjrW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages