
ନୂଆଦିଲ୍ଲୀ: ଦୁର୍ନୀତି ମୁକାବିଲା ପାଇ ଗଠିତ ଲୋକପାଳ ଆୟୋଗର ନବନିଯୁକ୍ତ ଜଣ କମିଟିର ୮ ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ୍ ପିସି ଘୋଷ ସେମାନଙ୍କୁ ଶପଥପାଠ କରାଇଥିଲେ। ଏହାପୂର୍ବରୁ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଘୋଷଙ୍କୁ ଶପଥ କରାଇଥିଲେ।
ଏହି ଅବସରରେ ବିଭିନ୍ନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦିଲ୍ଲୀପ ବାବାସାହେବ ଭୋଷଲେ, ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ୍ ଅଭିଳାଷା କୁମାରୀ ଏବଂ ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀ ଶପଥ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ଦିନେଶ କୁମାର ଜୈନ, ପୂର୍ବତନ ସଶସ୍ତ୍ର ସୀମାବଳ ମୁଖ୍ୟ ଅର୍ଚ୍ଚନା ରମାସୁନ୍ଦରମ, ପୂର୍ବତନ ଆଇଆରଏସ୍ ଅଧିକାରୀ ମହେନ୍ଦର ସିଂହ ଓ ଗୁଜରାଟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍ ଡ. ଇନ୍ଦ୍ରଜିତ ପ୍ରସାଦ ଗୌତମ ପ୍ରମୁଖ ଶପଥ ନେଇଥିଲେ।
ଏହି ଅବସରରେ ପୂର୍ବତନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବିଦର୍ଭ ସିଂହ, ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହ, ଛତିଶଗଡ଼ ସରକାରର ବରିଷ୍ଠ ମନ୍ତ୍ରୀ ଟିଏସ୍ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସିବିଆଇ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଲା ଅନୁପସ୍ଥିତ ଥିଲେ। କିନ୍ତୁ ଗୁଇନ୍ଦା ବିଭାଗ ମୁଖ୍ୟ ରାଜୀବ ଜୈନ୍, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର କେଭି ଚୌଧୁରୀ, ସେଣଟ୍ରାଲ ଆଡମିନ୍ଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲର ଜଷ୍ଟିସ୍ ନରସିଂହ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ।
from Odisha Reporter https://ift.tt/2ut7e5g
No comments:
Post a Comment