ନିବେଶ କରୁଛନ୍ତି କି ? ଏହି ୫ଟି ଅଭ୍ୟାସରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ନିବେଶ କରୁଛନ୍ତି କି ? ଏହି ୫ଟି ଅଭ୍ୟାସରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଣିଷ ଯେତେ ଗରିବ ହେଉ ପଛେ ସେ ଖର୍ଚ୍ଚ କରେ। ଏଭଳି କି ରୋଜଗାର କରୁ ନ ଥିବା ଲୋକଟିର ମଧ୍ୟ ମାସିକ ଖର୍ଚ୍ଚ ରହିଛି। କିନ୍ତୁ ଭାରତ ବର୍ଷ ଏଭଳି ଏକ ଦେଶ ଯେଉଁଠି ସଞ୍ଚୟ କରିବା ମାନସିକତା ସେତେ ଉତ୍ସାହଜନକ ନୁହେଁ। ଆଉ ଗୋଟିଏ କଥା ହେଲା ଏଠି ଆମେ ପ୍ରତି ମାସରେ କିଛି ନା କିଛି ଦ୍ରବ୍ୟ ବା ସେବା କ୍ରୟ କରୁଛେ। ଗାଡ଼ି ହେଉ, ଟିଭି ହେଉ, ଫ୍ରିଜ୍ ହେଉ ବା ଯେ କୌଣସି ନୂଆ ଘରକରଣା ସାମଗ୍ରୀ। କିନ୍ତୁ ବୋଧ ହୁଏ ଭାରତବର୍ଷରେ ପ୍ରାୟ ୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ବହୁତ କମ ଲୋକ ଥିବେ ଯେଉଁମାନେ କି ପ୍ରତି ବର୍ଷ କିଛି ନା କିଛି ଫାଇନାନ୍‌ସିଆଲ୍ ପ୍ରଡକ୍ଟ କିଣିବା ପାଇଁ ଫାଇନାନ୍‌ସିଆଲ୍ ମାର୍କେଟକୁ ଯାଉଥିବେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବହୁତ କମ୍। ଏହା ଆମେ କହୁ ନାହୁଁ ବରଂ ସାର୍ଟିଫାଏଡ୍‌ ଫାଇନାନ୍‌ସିଆଲ୍ ଆଡ୍‌ଭାଇଜର ମାନେ ହିଁ କହୁଛନ୍ତି।

ତଥାପି ଯେଉଁମାନେ ନିଜ ଦୀର୍ଘ ମିଆଦି ଆର୍ଥିକ ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ସଚେତନ ସେମାନେ ମଧ୍ୟ ଅତି ସାଧାରଣ ଭୁଲ୍‌ କରି ବସନ୍ତି। ଯଦି ଆପଣ ଏବେଠାରୁ ସଞ୍ଚୟ ତଥା ନିବେଶ କରୁଛନ୍ତି ଖାସ୍ ଆପଣମାନଙ୍କ ପାଇଁ ଏଠାରେ ଆମେ ୫ଟି କଥା ଲେଖୁଛୁ, ଯେଉଁଥିରୁ ଆପଣ ଦୂରେଇ ରହିବା ନିହାତି ଜରୁରୀ।

୧- ଶୀଘ୍ର ଧନୀ ହେବାର ଲୋଭ…

ବଜାରରେ ଶତାଧିକ କମ୍ପାନୀ, ହଜାର ହଜାର ସ୍କିମ ଏବଂ ଲକ୍ଷାଧିକ ଅଫର୍‌। କମ୍ପାନୀଗୁଡ଼ିକ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଆପଣଙ୍କୁ ବିଭିନ୍ନ କୌଶଳ ଆପଣାଇବେ। ଶୀଘ୍ର ଧନୀ ହେବାର ଲୋଭ ମଧ୍ୟ ଦେଖାଇବେ। କିନ୍ତୁ ଏଭଳି ଲୋଭ ଫାସରେ ଆଦୌ ପଡ଼ନ୍ତୁ ନାହିଁ। ପ୍ରଥମେ ମନେ ରଖିବା ଉଚିତ ଯେଉଁ କମ୍ପାନୀର ଏଜେଣ୍ଟ୍ ଆପଣଙ୍କୁ ସ୍କିମ୍‌ ବାବଦରେ ଅତିମାତ୍ରାରେ ବଢ଼େଇ ଚଢ଼େଇ କହୁଛନ୍ତି ତାହା ପ୍ରକୃତରେ ଆପଣଙ୍କ ପାଇଁ ନୁହେଁ, ବରଂ ଉକ୍ତ କମ୍ପାନୀର ଫାଇନାନ୍‌ସିଆଲ୍ ପ୍ରଡକ୍ଟ ବିକ୍ରି ପାଇଁ। ତେଣୁ ଏଭଳି ଫାସରେ ପଡ଼ିବା ଅନୁଚିତ। ଯେଉଁଥିରେ କି ରିସ୍କ ଅଧିକ ଥିବ।

୨- ନିବେଶ ବଜେଟ୍ ତିଆରି ନ କରିବା…

ଏହା ଏକ ବଡ଼ ଭୁଲ୍। ମାସିକ କେତେ ଟଙ୍କା ନିବେଶ କରିବେ ତାହା ପ୍ରଥମରୁ ନିଶ୍ଚିତ କରିନେବା ଉଚିତ। କୁହାଯାଏ  ‘invest before you spend’। ଖର୍ଚ୍ଚ କରି ସାରିଲା ପରେ ଯାହା ବଳକା ରହିବ ସେଥିରୁ ନିବେଶ କରିବା ମାନସିକତା ଆର୍ଥିକ ସ୍ୱଚ୍ଛଳତାର ପରିପନ୍ଥି। ତେଣୁ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ନିର୍ଦ୍ୱନ୍ଦରେ ଖର୍ଚ୍ଚ କରିବା ପାଇଁ ଚାହୁଁଥିଲେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ସୁରକ୍ଷିତ ସଞ୍ଚୟ କରି ନିଅନ୍ତୁ।

୩-  ଲକ୍ଷ୍ୟ ହୀନ ନିବେଶ…

ବିନା ଉଦ୍ଦେଶ୍ୟରେ ନିବେଶ ଅତି ମାରାତ୍ମକ ବୋଲି କୁହାଯାଏ। ଯେଭଳି ଇଂରାଜୀରେ କୁହାଯାଏ Aimless life is sorrowful life (ଲକ୍ଷ୍ୟହୀନ ଜୀବନ ଦୁଃଖ ପୂର୍ଣ୍ଣ ଜୀବନ) ଠିକ୍‌ ସେହିପରି ବିନା ଉଦ୍ଦେଶ୍ୟରେ ସଞ୍ଚୟ ମଧ୍ୟ ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ପ୍ରତିଟି ସଞ୍ଚୟର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଉଚିତ। ପୁଅ, ଝିଅଙ୍କର ପାଠ ପଢା, ଗୃହ ନିର୍ମାଣ, ଅବସର ସମୟରେ ଆରାମଦାୟକ ଜୀବନ ନିର୍ବାହ ଏଭଳି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଦରକାର। ଲକ୍ଷ୍ୟହୀନ ନିବେଶ ଠାରୁ ଦୂରେଇ ରୁହନ୍ତୁ।

୪- ଅନ୍ୟକୁ ଅନୁସରଣ କରି ନିବେଶ କରିବା…

ସାଙ୍ଗ ଏଲ୍‌ଆଇସି କରିଛି ତ ମୁଁ ବି କରିବ। ମାମୁଁ କହୁଛନ୍ତି ଗୋଟେ ନୂଆ ସ୍କିମ୍ ଆସିଛି ସେଥିରେ ନିବେଶ କରିବି। ଏଭଳି ରଙ୍ଗ୍ ଟ୍ରାକ୍‌ରେ ନିଜକୁ ପକାନ୍ତୁ ନାହିଁ। କାରଣ ସାଙ୍ଗ, ବନ୍ଧୁ ପରିଜନ ବା ସମ୍ପର୍କିୟ ଯଦି ପ୍ରକୃତରେ ଆର୍ଥିକ ଯୋଜନାକାରୀ ନୁହଁନ୍ତି ବା ଫାଇନାନ୍ସିଆଲ୍ ଆଡ୍‌ଭାଇଜର ନୁହନ୍ତି ତାହାଲେ ସେମାନଙ୍କ ପରାମର୍ଶକୁ ଗ୍ରହଣ କରନ୍ତୁ ନାହିଁ। ଏଥିରୁ ଦୂରେଇ ରହିବା ଉଚିତ।

୫-  ଅବସର ସମୟକୁ ଧ୍ୟାନ ନ ଦେବା…

ଅନେକେ ବର୍ତ୍ତମାନର ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଅବସର ସମୟକୁ ସମ୍ପୂର୍ଣ୍ଣ ହେୟଜ୍ଞାନ କରନ୍ତି। କିନ୍ତୁ ଜାଣି ରଖିବାକୁ ହେବ ଯେ, ଅବସର ପରେ ରୋଜଗାର କରିବା ବନ୍ଦ ହୋଇଯିବ। ତେଣୁ ଏବେଠାରୁ ସଞ୍ଚୟ କରିଥିଲେ ତାହା ଅବସର ସମୟରେ ବସି ଉପଭୋଗ କରିବାର ରାହା ଦେଖାଇବ। ତେଣୁ ଅବସର ନେଲା ପରେ ଆପଣ କେତେ ବର୍ଷ ଜୀବନ ନିର୍ବାହ କରିବେ ତାହା ଆପଣଙ୍କ ହାତରେ ନାହିଁ। ତାହା ୫ ବର୍ଷ ହୋଇ ପାରେ ବା ୨୫ ବର୍ଷ ମଧ୍ୟ ହୋଇପାରେ। ତେଣୁ ସେ ସମୟରେ ମାସିକ ଖର୍ଚ୍ଚ ଏବେର ଅବସରକାଳୀନ ଜମା ପାଣ୍ଠି ଉପରେ ହିଁ ନିର୍ଭର କରେ। ଏହାକୁ ଜମା ଅବହେଳା କରନ୍ତୁ ନାହିଁ।



from Odisha Reporter https://ift.tt/2ITAcWb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages