ସ୍ନେହରେ ପରସ୍ପରକୁ ଏହି ନାଁରେ ଡାକନ୍ତି ମଣ୍ଟୁ-ଅନିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ସ୍ନେହରେ ପରସ୍ପରକୁ ଏହି ନାଁରେ ଡାକନ୍ତି ମଣ୍ଟୁ-ଅନିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ଼ର ଷ୍ଟାଇଲିସ୍‌ କପଲ୍‌ ହେଉଛନ୍ତି ସୁଭାଶିସ୍‌(ମଣ୍ଟୁ) ଏବଂ ଅନିଶା। ୨୦୧୬ମସିହା ଜୁଲାଇ ୩ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ପରସ୍ପରର ପ୍ରେମରେ ପଡିଯାଇଥିଲେ ଏଦୁହେଁ। ସିରିଏଲ୍‌ରେ ଏ ଦୁହେଁ ସ୍ୱାମୀ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ। ଆଉ ପରଦା ଉପରେ ସ୍ୱାମୀ ସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡିଗଲେ ସେକଥା ଏଦୁହିଁକୁ ଜଣାପଡିଲାନି।

ତେବେ ଓଲିଉଡ୍‌ର କ୍ୟୁଟ୍‌ କପଲ୍‌ ଭାବେ ପରିଚିଚ ଏହି କପଲ୍‌ଙ୍କ ବିବାହକୁ ୩ବର୍ଷ ହେବ। ସାଧାରଣ କପଲ୍‌ଙ୍କ ପରି ଏମାନେ ମଧ୍ୟ ସ୍ନେହରେ ପରସ୍ପରକୁ କିଛି ଖାସ୍‌ ନାଁରେ ଡାକନ୍ତି। ସ୍ନେହରେ ସୁଭାଶିସ୍‌ ଅନିଶାଙ୍କୁ ଗେଣ୍ଡୁଲି, ଆନି, ଚୁନୁଲି ଏମିତି କିଛି ଡାକୁଥିବା ବେଳେ ଆନି ମଧ୍ୟ ଏ ମାମଲାରେ ଦୁଇ ପାଦ ଆଗରେ। ଆନି ଶୁଭାଶିଷଙ୍କ ନାଁର ହାତରେ ଟାଟୋ କରିଛନ୍ତି। ଏଥିସହ ସେ ତାଙ୍କୁ ସ୍ନେହରେ ମଣ୍ଟୁ ବୋଲି ଡାକନ୍ତି।

ଏଥିସହ ଏ ଦୁହିଁଙ୍କ ମଧ୍ୟରୁ କିଏ କାହାକୁ ବେଶି ଭଲପାଏ ପଚାରିବାରୁ ମଣ୍ଟୁ ଅନିଶାଙ୍କୁ ଅଧିକ ଭଲ ପାଆନ୍ତି ବୋଲି କହିଥିଲେ। ଏ ଦୁହିଁଙ୍କ ମଧ୍ୟରୁ ପ୍ରଥମେ ପ୍ରେମ ନିବେଦନ ମଧ୍ୟ ମଣ୍ଟୁ ହିଁ କରିଥିଲେ ବୋଲି କହିଛନ୍ତି।



from Odisha Reporter https://ift.tt/2TQ10KY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages