
ମୁମ୍ବାଇ: ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର ୧’ ସୁପରହିଟ୍ ହେବା ପରେ ଏବେ ଆରମ୍ଭ ହୋଇଛି ଏହାର ଚ୍ୟାପ୍ଟର ୨। ଗତକାଲି ଫିଲ୍ମର ମହୁରତ ହୋଇଥିଲା। କେଜିଏଫ୍ ଚ୍ୟାପ୍ଟର ୱାନ୍ ଭଳି ଚ୍ୟାପ୍ଟର ୨ରେ ମଧ୍ୟ ନଜର ଆସିବେ ସାଉଥ ସୁପରଷ୍ଟାର ୟଶ୍ ଓ ଶ୍ରିନିଧି ସେଟ୍ଟୀ। ଫିଲ୍ମ ମହୁରତ ବେଳେ ଫିଲ୍ମ ନିର୍ମାତାଙ୍କ ସହ ୟଶ୍, ଶ୍ରିନିଧି ସେଟ୍ଟୀ, ଅନନ୍ତ ନାଗ ଏବଂ ଅଚ୍ୟୁତ କୁମାର ଉପସ୍ଥିତ ଥିଲେ। ଫିଲ୍ମର ସୁଟିଂ ଆଜିଠୁ ଆରମ୍ଭ ହେବ।
#KGF Chapter 1 won accolades and emerged a winner at the BO… It's time for #KGFChapter2… Shoot starts today… Stars Yash. pic.twitter.com/seaiYobfsX
— taran adarsh (@taran_adarsh) March 13, 2019
ଫିଲ୍ମଟି ଆସନ୍ତା ବର୍ଷ ରିଲିଜ କରାଯିବାକୁ ନେଇ ଯୋଜନା କରିଛନ୍ତି ଫିଲ୍ମ ନିର୍ମାତା। କେଜିଏଫ୍ ଚ୍ୟାପ୍ଟର ୧ ଫିଲ୍ମକୁ ମିଳିଥିବା ସଫଳତା ପରେ ଏବେ ଦ୍ୱିତୀୟ ସଂସ୍କରଣକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। କେଜିଏଫ୍ ଚ୍ୟାପ୍ଟର ୧ ବକ୍ସ ଅଫିସରେ ଭଲ କଲେକ୍ସନ କରିବା ସହ ଫିଲ୍ମ କାହାଣୀକୁ ମଧ୍ୟ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ୍,ତେଲୁଗୁ,ମାଲାୟାଲମ ଭାଷାରେ ମଧ୍ୟ ରିଲିଜ ହୋଇଥିଲା।
from Odisha Reporter https://ift.tt/2JaIitr
No comments:
Post a Comment