ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କେଉଁ ଲୋକସଭା ଆସନରୁ କିଏ କଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କେଉଁ ଲୋକସଭା ଆସନରୁ କିଏ କଟିଲେ

ଭୁବନେଶ୍ୱର(ଓଡ଼ିଶାର ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ ଚୟନ ନେଇ ୩ ପ୍ରମୁଖ ଦଳ ତଥା କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ କସରତ ଚାଲିଥିବା ବେଳେ ଏକ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଗତ କିଛି ଦିନ ଧରି ଏନେଇ ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ଲାଗି ରହିଥିଲା। ତେବେ ଆଜି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ୯ଟି ଲୋକସଭା ଓ ୫୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ୯ଟି ଯାକ ଲୋକସଭା ଆସନରୁ ଗୋଟିଏ ଆସନକୁ ଛାଡ଼ିଦେଲେ ବାକି ସବୁଠି ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଛି। ତେବେ ୨୦୧୪ରେ ଦଳୀୟ ଟିକେଟରୁ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳରୁ ବିଜୟୀ ହୋଇଥିବା ବଳଭଦ୍ର ମାଝୀ ଦଳ ଛାଡ଼ି ବିଜେପିରେ ମିଶିଥିବା ବେଳେ ଆସ୍କା ଏମପି ଲଡ଼ୁ କିଶୋର ସ୍ୱାଇଁଙ୍କ ପରଲୋକ ଘଟିଛି।

ଅନ୍ୟପଟେ ବାଦ ପଡ଼ିଥିବା ସାଂସଦଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସୁଯୋଗ ମିଳିବକି ନାହିଁ, ତାହା ଜଣାପଡ଼ିନାହିଁ। ତେବେ ଆସନ୍ତୁ ଜାଣିବା, ୨୦୧୪ରେ କେଉଁ ଆସନରେ କିଏ ଥିଲେ ଏବଂ ୨୦୧୯ ପାଇଁ ସେମାନଙ୍କ ସ୍ଥାନରେ କେଉଁ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଗଲା।

ଆସନ           ୨୦୧୪                      ୨୦୧୯

କୋରାପୁଟ       ଝିନ୍ନ ହିକକା                  କୌଶଲ୍ୟା ହିକକା (ଝିନ୍ନଙ୍କ ପତ୍ନୀ)

ନବରଙ୍ଗପୁର      ବଳଭଦ୍ର ମାଝୀ              ରମେଶଚନ୍ଦ୍ର ମାଝୀ

ବଲାଙ୍ଗିର         କଳିକେଶ ସିଂହଦେଓ         କଳିକେଶ ସିଂହଦେଓ

ବରଗଡ଼          ପ୍ରଭାସ ସିଂହ                  ପ୍ରସନ୍ନ ଆଚାର୍ଯ୍ୟ

ଆସ୍କା            ଲଡ଼ୁ କିଶୋର ସ୍ୱାଇଁ            ପ୍ରମିଳା ବିଶୋୟୀ

କନ୍ଧମାଳ        ପ୍ରତ୍ୟୁଷା ରାଜେଶ୍ୱରୀ           ଅଚ୍ୟୁତ ସାମନ୍ତ

କଳାହାଣ୍ଡି      ଅର୍କକେଶରୀ ଦେଓ              ପୁଷ୍ପେନ୍ଦ୍ର ସିଂହଦେଓ



from Odisha Reporter https://ift.tt/2CpOsQu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages