
ସିକନ୍ଦରାବାଦ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମହେଶ ଶର୍ମା ଉତ୍ତର ପ୍ରଦେଶର ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି।
ଗତ ଜାନୁଆରୀ ମାସରେ ଶ୍ରୀ ଶର୍ମା ନିଜେ କହିଥିଲେ ବିଜେପି କମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୌଣସି ମହିଳା କିମ୍ବା ଝିଅଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ପ୍ରୟୋଗକୁ ସହ୍ୟ କରିବେ ନାହିଁ। କିନ୍ତୁ ଏବେ ନିଜେ ମହେଶ ଶର୍ମା ପ୍ରିୟଙ୍କା ଗାନ୍ଧିଙ୍କୁ ‘ପପୁଙ୍କ ପପ୍ପି’ ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ମହେଶ ଶର୍ମା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହିଛନ୍ତି। ସେ କହିଛନ୍ତି, “ପପୁ କହୁଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ।
ତେବେ ବିରୋଧୀରେ ମାୟାବତୀ, ଅଖିଲେଶ ଯାଦବ ରହିଛନ୍ତି। ଏବେ ପୁଣି ପପୁଙ୍କ ପପ୍ପି ଆସିଗଲେଣି। ପ୍ରିୟଙ୍କା କ’ଣ ଆଗରୁ ଆମ ଦେଶର ଝିଅ ନଥିଲେ? କ’ଣ ସେ କଂଗ୍ରେସର ଝିଅ ବୋଲି ଜଣା ନଥିଲା? କ’ଣ ସେ ସୋନିଆଙ୍କ ପରିବାରର ଝିଅ ନଥିଲେ? କ’ଣ ସେ ନୂଆ ପ୍ରସଙ୍ଗ ନେଇ ଆସିଛନ୍ତି?”
from Odisha Reporter https://ift.tt/2UDycT3
No comments:
Post a Comment