ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

fredge

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ବେଶି ଦିନ ସତେଜ ରଖିବା ଲାଗି ଅଧିକାଂଶ ଲୋକ ଫ୍ରିଜ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣିଛନ୍ତି ସବୁ ଖାଦ୍ୟକୁ ଫ୍ରିଜ୍‌ରେ ରଖିବା ଠିକ୍‌ ନୁହେଁ। ଅନେକ ସମୟରେ ଏହା ଆପଣଙ୍କୁ କ୍ଷତି ମଧ୍ୟ ପହଞ୍ଚାଇପାରେ। ଏକ ରିପୋର୍ଟ ମୁତାବକ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ଫ୍ରିଜ୍‌ରେ ରଖିବା ପରେ ଖାଇବା ସ୍ୱାସ୍ଥ୍ୟପକ୍ଷେ ଠିକ୍‌ ନୁହେଁ। ଚାଲନ୍ତୁ ଜାଣିବା ଏସବୁ ଖାଦ୍ୟ ସମ୍ପର୍କରେ ଯାହାକୁ ଫ୍ରିଜ୍‌ରେ ରଖି ଖାଇବା ଉଚିତ ନୁହେଁ।

କଦଳୀ: ଫ୍ରିଜ୍‌ରେ କଦଳୀ ରଖିବା ଠିକ୍‌ ନୁହେଁ। କାରଣ ଫ୍ରିଜ୍‌ ବାହାରେ କଦଳୀ ରଖିଲେ ହିଁ ଏହାର ପୋଷକ ତତ୍ତ୍ୱ ଠିକ୍‌ ରହିଥାଏ। ଏହାଛଡ଼ା କଦଳୀ କଞ୍ଚା ଥିଲେ ଫ୍ରିଜ୍‌ରେ ରଖିବା ପରେ ଅତ୍ୟଧିକ ଥଣ୍ଡାରେ ମଧ୍ୟ ଏହାର ପାଚିବା ସମ୍ଭାବନା କମ୍‌ ହୋଇଯାଏ।

ବ୍ରେଡ୍‌: ବ୍ରେଡ୍‌କୁ ଫ୍ରିଜ୍‌ରେ ରଖିଲେ ଏହା ଶୀଘ୍ର ଶୁଖିଯାଏ। ଫ୍ରିଜ୍‌ର ତାପମାତ୍ରା ଏହାକୁ ଅଧିକ ଟାଣ କରିଦିଏ। ଏହାଦ୍ୱାରା ବ୍ରେଡ୍‌ର ସ୍ୱାଦ ମଧ୍ୟ ନଷ୍ଟ ହୋଇଯାଏ।

ଅଣ୍ଡା: ପ୍ରଥମେ ଅଣ୍ଡାକୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠି ଭାଙ୍ଗିବାର ସମ୍ଭାବନା କମ୍‌ ରହିବ। ଗବେଷଣାରୁ ଜଣାପଡ଼ିଛି ଯେ ଅଣ୍ଡାକୁ ଫ୍ରିଜ୍‌ ବାହାରେ ରଖିଲେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ। ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଣ୍ଡାକୁ ଫ୍ରିଜ୍‌ରେ ରଖିଲେ ଏହାର ପ୍ରାକୃତିକ ସ୍ୱାଦ ଏବଂ ଫ୍ଲେଭର ବଦଳିଯାଏ। ତେଣୁ ଏହାକୁ ବାହାରେ ରଖିବା ଉଚିତ।

କଫି:ଯଦି ଆପଣଙ୍କୁ କଫି ପସନ୍ଦ ତେବେ କଫିକୁ ଥଣ୍ଡା, ଶୁଷ୍କ ଏବଂ ଡାର୍କ ସ୍ଥାନରେ ରଖନ୍ତୁ। ତେବେ ଏହାକୁ ଫ୍ରିଜ୍‌ରେ ରଖିବା ଉଚିତ। ଏହାକୁ ଆପଣ ଏୟାରଟାଇଟ୍‌ ବକ୍ସରେ ରଖିପାରିବେ। ଏୟାରଟାଇଟ୍‌ ବକ୍ସରେ ରଖିବା ଦ୍ୱାରା କଫିର ଦ୍ୱାଦ ଏବଂ ସତେଜତା ଅକ୍ଷୁର୍ଣ୍ଣ ରହିଥାଏ। କଫିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ମଧ୍ୟ ଏହା ମୁଣ୍ଡା ମୁଣ୍ଡା ହୋଇଯାଏ।

ଟମାଟୋ: ପ୍ରାୟ ସମସ୍ତେ ଟମାଟୋକୁ ସତେଜ ରଖିବା ଲାଗି ଫ୍ରିଜ୍‌ରେ ରଖିଥାନ୍ତି। ମାତ୍ର ଫ୍ରିଜ୍‌ରେ ଟମାଟୋ ରଖିବା ଦ୍ୱାରା ଏହାର ଦ୍ୱାଦ ଏବଂ ଫ୍ଲେଭର ନଷ୍ଟ ହୋଇଯାଏ। ଏଥିସହ ଟମାଟୋ ପାଚିବା ପ୍ରଣାଳୀ ମଧ୍ୟ ରୋକିଯାଏ। ତେଣୁ ଟମାଟୋକୁ ଫ୍ରିଜ୍‌ରେ ନ ରଖି ବାହାରେ ରଖନ୍ତୁ।



from Odisha Reporter https://ift.tt/2Tr103Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages