ପୁଣି ପ୍ରେମରେ ପଡ଼ିଲେ ଦିବ୍ୟଙ୍କାଙ୍କ ପୂର୍ବ ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ପୁଣି ପ୍ରେମରେ ପଡ଼ିଲେ ଦିବ୍ୟଙ୍କାଙ୍କ ପୂର୍ବ ପ୍ରେମିକ

dibyanka

ମୁମ୍ବାଇ: ଟିଭି ଅଭିନେତା ଶରଦ ମଲ୍‌ହୋତ୍ରାଙ୍କ ଗତ ବର୍ଷ ପୂଜା ବିଷ୍ଟ୍‌ଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିଲା। ସେ ପୂଜାଙ୍କ ପୂର୍ବରୁ ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠୀଙ୍କୁ ଡେଟ୍‌ କରୁଥିଲେ। ଏବେ ଖବର ଆସିଛି ଯେ, ଶରଦଙ୍କ ଜୀବନରେ ଆଉ କାହାର ଏଣ୍ଟ୍ରି ହୋଇଛି।
ସେ ଦିଲ୍ଲୀର ଫ୍ୟାସନ୍‌ ଡିଜାଇନର ରିପ୍‌ସୀ ଭାଟିୟାଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଖୁବ୍‌ଶୀଘ୍ର ନିଜ ସମ୍ପର୍କକୁ ଏକ ନାଁ ଦେବାକୁ ଚାହୁଁଛନ୍ତି। ଅର୍ଥାତ୍‌ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଶରଦ ଓ ରିପ୍‌ସୀଙ୍କ ବିବାହ ମୁମ୍ବାଇରେ ହୋଇପାରେ। ତେବେ ବିବାହ ଖବର ସାର୍ବଜନୀନ ଭାବେ କିଛି ସ୍ପଷ୍ଟ ହୋଇନି।


ସୂଚନାଯୋଗ୍ୟ ଯେ, ଶରଦ ଟିଭିର ପ୍ରିୟ ବୋହୂ ଦିବ୍ୟଙ୍କାଙ୍କ ସହ ଏକ ସିରିଅସ୍‌ ରିଲେସନ୍‌ସିପ୍‌ରେ ଥିଲେ। ଦୁହେଁ ୭ ବର୍ଷ ସମ୍ପର୍କରେ ରହିବା ପରେ ଅଲଗା ହୋଇ ଯାଇଥିଲା। କିନ୍ତୁ ପରେ ୨୦୧୫ରେ ଦିବ୍ୟଙ୍କା ଟିଭି ଅଭିନେତା ବିବେକ ଦହିୟାଙ୍କୁ ବିବାହ କରିଥିଲେ। ଅନ୍ୟ ପକ୍ଷରେ ଶରଦ Spiltsvilla ପ୍ରତିଯୋଗୀ ପୂଜା ବିଷ୍ଟ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରି ନ ଥିଲା। ଦୁହେଁ ଦୁଇ ବର୍ଷ ରିଲେସନ୍‌ସିପ୍‌ରେ ରହିବା ପରେ ସମ୍ପର୍କ ଭାଙ୍ଗି ଯାଇଥିଲା।

ବ୍ରେକଅପ୍‌ ପରେ ପୂଜା ଶରଦ୍‌ଙ୍କ ଉପରେ ଅଭିଯୋଗ କରି କହିଥିଲେ,‘‘ଶରଦ ବ୍ରେକ୍‌ଅପ୍‌ ହବାର ତିନି ମାସ ପୂର୍ବରୁ ଅଜବ ବ୍ୟବାହାର କରିବା ଆରମ୍ଭ କରିଦେଲେ। ମୋ ଉପରେ ସେ ବେଶି ଗୁରୁତ୍ୱ ଦେଉ ନ ଥିଲେ। ମୋତେ ଲାଗୁଥିଲା ଯେ, ବୋଧ ହୁଏ କାମ ଚାପରେ ସେ ଏମିତି କରୁଛନ୍ତି। ମୋତେ ଜଣା ନ ଥିଲାଯେ, ସେ ସମ୍ପର୍କ ଭାଙ୍ଗିବାକୁ ଏମିତି କରୁଛନ୍ତି। କିନ୍ତୁ ସମ୍ପର୍କ ଭାଙ୍ଗିବାର ୨ ମାସ ପୂର୍ବରୁ ମୋତେ ଜଣା ପଡ଼ିଲା ଯେ, ସେ ଆଉ କେଉଁ ଝିଅ ସହ ସାକ୍ଷାତ କରୁଛନ୍ତି।’’ କିନ୍ତୁ ଶରଦ୍‌ ଏହି ଖବରକୁ ମିଛ ବୋଲ କହିଥିଲେ।
ପୂଜାଙ୍କ ପରି ଦିବ୍ୟଙ୍କା ବି ଶରଦଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଶରଦ ବିବାହ ପାଇଁ ପ୍ରସ୍ତୁତ ନ ଥିବାରୁ ତାଙ୍କର ବିବାହ ହୋଇ ପାରି ନ ଥିଲା। ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

କାମ କଥା କହିଲେ ଶରଦ ଏବେ ଧାରବାହିକ ‘ମୁସ୍କାନ୍‌’ରେ ନଜର ଆସୁଛନ୍ତି। ସେ ‘କସମ୍‌ ତେରେ ପ୍ୟାର୍‌କି, ବନୁ ମୈ ତେରୀ ଦୁଲ୍‌ହନ୍‌ ଭଳି ଲୋକପ୍ରିୟ ଟିଭି ସିରିଏଲ୍‌ରେ କାମ କରିଛନ୍ତି।



from Odisha Reporter https://ift.tt/2IIDf3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages