ଆଜି ମହାଶିବରାତ୍ରୀ: ଜାଣନ୍ତୁ, ପ୍ରମୁଖ ଶୈବପୀଠଗୁଡ଼ିକରେ କେତେବେଳେ ଉଠିବ ମହାଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଆଜି ମହାଶିବରାତ୍ରୀ: ଜାଣନ୍ତୁ, ପ୍ରମୁଖ ଶୈବପୀଠଗୁଡ଼ିକରେ କେତେବେଳେ ଉଠିବ ମହାଦୀପ

akha

ଭୁବନେଶ୍ୱର: ଆଜି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, ଚନ୍ଦ୍ରଶେଖର ଓ ବାବା ଆଖଣ୍ଡଳମଣିଙ୍କ ସମେତ ରାଜ୍ୟ ସମସ୍ତ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି।

lingarajଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରିବାକୁ ଏଠାରେ ସକାଳୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ପୁରୀ ଲୋକନାଥଙ୍କ ପୀଠରେ ଭୋର୍‌ ୪ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

templeରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକର ଧବଳେଶ୍ୱରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ରାତି ଗୋଟାଏରେ ମହାଦେବଙ୍କ ମହାଦୀପ ଉଠିବ। ଭିଡ଼କୁ ଦୃଷ୍ଟିରେ ରଖି ଝୁଲାପୋଲଠୁ ମନ୍ଦିର ବେଢ଼ା ନଦୀଘାଟ ପର୍ଯ୍ୟନ୍ତ ସିସିଟିଭି ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଢେଙ୍କାନାଳର କପିଳାସ ପୀଠ ବି ଚଳଚଞ୍ଚଳ ହୋଇଯାଇଛି। ଏଠାରେ ଚନ୍ଦ୍ରଶେଖରଜୀଉଙ୍କର ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ। ଏଠାରେ ଭୋର ୪ଟାରେ ମହାଦୀପ ଉଠିବ।

ସେହିଭଳି ଅନ୍ୟତମ ଶୈବପୀଠ ଆରଡ଼ିରେ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବ। ଏଠାରେ ବି ଆଜି ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।



from Odisha Reporter https://ift.tt/2NH73fk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages