
ଆଜି ମହାଶିବରାତ୍ରି। ଦେବଦେବ ମହାଦେବଙ୍କ ପୂଜା। ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼। ମନ୍ଦିରରୁ ଭାସି ଆସୁଛି ଶିବମନ୍ତ୍ର ଓ ଓଁକାର ଧ୍ୱନି। ସାରା ଦିନ ଉପବାସ ଓ ଉଜାଗର ରହି ଭକ୍ତ ରାତିରେ ଜାଳିବେ ଜାଗର।
ମହାଶିବରାତ୍ରିରେ ଭକ୍ତ ଧୂପ, ଦୀପ ସହ ଶିବଙ୍କ ମୁଣ୍ଡରେ କ୍ଷୀର ଢାଳି ଭକ୍ତ ମାନସିକ ପୂରଣ ପାଇଁ ଆଶିଷ ମାଗିଥାନ୍ତି। ଏହି ପୂଜାରେ ଆଉ ଗୋଟିଏ ଅପରିହାର୍ଯ୍ୟ ପୂଜା ଉପକରଣ ହେଉଛି ବେଲପତ୍ର। ଶିବଙ୍କ ପୂଜାରେ ଯଦି ବେଲପତ୍ର ନାହିଁ ତେବେ ପୂଜା ଅସମ୍ପୂର୍ଣ୍ଣ।
ତେବେ ଶିବ ପୂଜାରେ ବେଲପତ୍ର ଚଢାଯାଏ କାହିଁକି ?
ପୁରାଣର କଥା। ଅମୃତ ସନ୍ଧାନରେ ଦେବତା-ରାକ୍ଷସ ମିଶି ସମୁଦ୍ର ମନ୍ଥନ କଲେ। ସମୁଦ୍ର ମନ୍ଥନରୁ ଅମୃତ ବାହାରିବା ପୂର୍ବରୁ ବାହାରିଲା କାଳକୂଟ ବିଷ। ଏହି କାଳକୂଟ ବିଷ ଏତେ ଭୟଙ୍କର ଥିଲା ଯେ, ଏହାର ପ୍ରଭାବରେ ସାରା ବ୍ରହ୍ମାଣ୍ଡ ଧ୍ୱଂସ ପାଇଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ଦେବତାମାନେ ପ୍ରମାଦ ଗଣିଲେ। ତେବେ ଏହି ବିଷକୁ ସମ୍ଭାଳିବାର ଶକ୍ତି କେବଳ ଦେବ ଦେବ ମହାଦେବଙ୍କର ଥିଲା। ତେଣୁ ଦେବତାମାନ ଶିବଙ୍କ ଶରଣ ପଶିଲେ। ଶିବ ଏହି କଳାକୂଟ ବିଷକୁ ନିଜ କଣ୍ଠରେ ଧାରଣ କଲେ। ଏହି ବିଷର ପ୍ରଭାବରେ ପ୍ରଭୁଙ୍କ କଣ୍ଠ ନୀଳ ହୋଇଗଲା। ସେହିଦିନଠାରୁ ଶିବଙ୍କର ଅନ୍ୟନାମ ହେଲା ନୀଳକଣ୍ଠ। ସଂସାରକୁ ରକ୍ଷା କରିବା ପାଇଁ ଶିବଙ୍କର ଏହି ତ୍ୟାଗକୁ ମନେ ପକାଇବା ପାଇଁ ଆମେ ପାଳନ କରି ଆସୁଛି ଶିବରାତ୍ରି।
ତେବେ ମନରେ ପ୍ରଶ୍ନ ଉଠୁଥିବ ଶିବରାତ୍ରିରେ ମହାଦେବଙ୍କୁ ବେଲପତ୍ର କାହିଁକି ଲାଗି କରଯାଏ ?
ହଁ, କାଳକୂଟ ବିଷ ପାନ କରିବା ପରେ ପ୍ରଭୁଙ୍କ ଯନ୍ତ୍ରଣା ବଢିଗଲା। ମସ୍ତିଷ୍କ ତାତି ଯିବା ସହ କଣ୍ଠର ଜ୍ୱାଳା ବଢିଗଲା। ଏହି ଜ୍ୱାଳାରୁ ରକ୍ଷା ପାଇଁ ଦେବତାମାନେ ଶିବଙ୍କୁ ବେଲପତ୍ର ଖୁଆଇଲେ। ଫଳରେ ପ୍ରଭୁଙ୍କ ଜ୍ୱାଳା ଉପଶମ ହେଲା। ସେହି ଦିନଠାରୁ ଶିବଲିଙ୍ଗରେ ଶିବପତ୍ର ଚଢାଯାଏ।
from Odisha Reporter https://ift.tt/2C2QfuJ
No comments:
Post a Comment