ଆଜିଠାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଆଜିଠାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ବିମାନ

airport

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଠାରୁ ବିମାନସେବା ଆରମ୍ଭ ହେବ। ଘରୋଇ ସଂସ୍ଥା ସ୍ପାଇସ୍‌ ଜେଟ୍‌ ଏହି ସେବା ଆରମ୍ଭ କରିବ। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ସ୍ପାଇସ୍‌ ଜେଟ୍‌ର ୧୮୯ ସିଟ୍‌ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିବ। ସେହିପରି କୋଲକାତା ଓ ହାଇଦ୍ରାବାଦକୁ କ୍ୟୁ-୪୦୦ ମଡେଲ୍‌ର ୭୮ ସିଟ୍ ବିଶିଷ୍ଟ ବିମାନ ଉଡ଼ିବ। ଏଥିପାଇଁ ଅନ୍ଲାଇନ୍‌ରେ ଟିକେଟ୍ ବିକ୍ରି ହୋଇଥିବା ଜଣାପଡ଼ିଛି।

ଆଜି ଏଠାରୁ ପ୍ରଥମେ ଦିଲ୍ଲୀ ଅଭିମୁଖେ ଅପରାହ୍ଣ ୩ଟା ୪୦ରେ ଏକ ବିମାନ ଉଡ଼ାଣ ଭରିବ। ତା’ପରେ ଅପରାହ୍ଣ ୪ଟା ୧୦ରେ ହାଇଦ୍ରାବାଦକୁ ଏକ ବିମାନ ଯାତ୍ରା କରିବ। ତା’ପରେ ରାତି ୮ଟା ୪୦ରେ କୋଲକାତାକୁ ଏକ ବିମାନ ଉଡ଼ାଣ ଭରିବ।

ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦ୍‌ଘାଟନ କରିଥିଲା। ଏହା ପରେ କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନସେବା ଆରମ୍ଭ କରିବା ପରେ ବନ୍ଦ ହୋଇଯାଇଥିଲା। ତେବେ ଆଜିଠାରୁ ଦେଶର ତିନିଟି ପ୍ରମୁଖ ସହରକୁ ଏଠାରୁ ବିମାନ ଚଳାଚଳ ଆରମ୍ଭ ହେଉଥିବାରୁ ଜିଲ୍ଲାବାସୀ ଖୁସି ଅଛନ୍ତି।



from Odisha Reporter https://ift.tt/2TKFrYb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages